Before Header

ବିଜେଡି ଆଉଟ୍ କଲା ନା ରୋଷରେ ଶ୍ରୀମୟୀ

0 1,230

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶ୍ରୀମୟୀ ମିଶ୍ର ଜଣେ ଆଗ ଧାଡିର ବିଜୁ ଜନତା ଦଳର ନାରୀନେତ୍ରୀ । ଦଳ ତାଙ୍କୁ ସବୁ ବେଳେ ଦେଇ ଆସିଛି ଗୁରୁତ୍ୱ । ବିଜେଡି ସରକାର ତାଙ୍କୁ ଓବି ଆଣ୍ଡ୍ ଓସିଡବ୍ଲୁଡବ୍ଲୁର ଅଧ୍ୟକ୍ଷ ପଦରେ ବସାଇଛନ୍ତି । କ୍ୟାବିନେଟ ପାହ୍ୟା ମଧ୍ୟ ଉପଭୋଗ କରୁଛନ୍ତି । ସବୁ ଠିକଠାକ ଚାଲୁଥିଲା । ଖୁସିରେ ମଉଜ କରୁଥିଲେ । ୨୪ ନିର୍ବାଚନ ବିଗୁଲ ବାଜିବା ର୍ପୂବରୁ ୨୦୧୯ର ଭୁବନେଶ୍ୱର ଏମପି ପରାଜୟ ସହ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଆରମ୍ଭ କରନ୍ତି ପ୍ଲାନ୍ । ଦଳ ବର୍ଷରୁ ଅଧିକ ସମୟ ପୂର୍ବରୁ କଲେ ଗୋଟି ଚାଳନା ।

ପୁଣି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ଅତିୟାର କରିବାକୁ ଦେଲେ ଶଙ୍ଖନାଦ । ସେତିକି ବେଳେ ବିଜେଡି ମଙ୍ଗୁଆଳଙ୍କ ଆଖିରେ ପଡିଲେ ଶ୍ରୀମୟୀ । କ୍ଷେତ୍ରର ପର୍ଯ୍ୟବେକ୍ଷେକ କରି ମଇଦାନକୁ ଠେଲି ଦେଲେ । ସାଂସଦ ପ୍ରାର୍ଥୀର ବି ଆଶ୍ୱସନ ଦେଇ ସଂସଦୀୟ ଅଞ୍ଚଳରେ ଖରା ବର୍ଷାକୁ ଏକ କରାଇ ବୁଲାଇଲେ । ସୁପ୍ରିମ ଘୋଷଣା ନ କରିଥିଲେ ବି ସୁଧ,ଦଳୀୟ ନେତା, ବିଧାୟକ ଓ ମନ୍ତ୍ରୀ ଶ୍ରୀମୟୀଙ୍କୁ ଭୁବନେଶ୍ୱର ସଂସଦୀୟ ପ୍ରାର୍ଥୀ କହି ଭୋଟ ଭିକ୍ଷା କଲେ । ଗାଁକୁ ଗାଁ ବୁଲି ପ୍ରଚାର ପ୍ରସାର ବି ଚାଲିଲା । ଠିକ୍ ବିଗୁଲ ବାଜିବା ପରେ ୟୁଟର୍ଣ୍ଣ ନେଇଗଲା ବିଜେଡି । ଶ୍ରୀମୟୀଙ୍କର ଆରମ୍ଭ ହୋଇଗଲା ଶନି ଦଶା ।

ବିଜେଡି କୋଠରୀ ପ୍ରସ୍ତୁତ କଲା ନୂଆ ରଣନୀତି । ସେତେବେଳର ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅଙ୍କୁ ନେଇ କଲେ ଗେମ୍ ପ୍ଲାନ୍ । ଭୋଟ ପାଇଁ ଗଛ ଲଗାଇ, ପାଣି ବି ଦେଲେ । ଠିକ୍ ଫଳ ତୋଳି ଖାଇବା ସମୟରେ ଶ୍ରୀମୟୀଙ୍କୁ ଦଳ କଲା ଆଉଟ୍ । ଶ୍ରୀମୟୀ ଦେଖୁଥାନ୍ତି ଆଖି ଆଗରୁ ଟିକେଟ ଛଡାଇ ନେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ୨୭ ମାର୍ଚ୍ଚ ୨୦୨୪ରେ ବିଶାଳ ପଟୁଆରରେ ଆସି ଶଙ୍ଖ ଭବନରେ ଫୁଙ୍କିଲେ ଶଙ୍ଖ । ନବୀନ ନିବାସ ଯାଇ ଦଳର ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ଶୁଭେଛା ।

ନବୀନ ନିବାସର ଗେଟ ବାହାରକୁ ବାହାରୁ ବାହାରୁ ଦଳ ଦେଇଦେଲା ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଟିକେଟ । ଠିକ୍ ସେହି ଦିନ ଠାରୁ ଉଭାନ ହୋଇଗଲେ ମ୍ୟାଡାମ ଶ୍ରୀମୟୀ ମିଶ୍ର । କୁଆଡେ ଯାଇଛନ୍ତି କାହା ପାଖେରେ ଖୋଜ ଖବର ନାହିଁ । ନାଁ ଦଳୀୟ କାର୍ଯ୍ୟକ୍ରମକୁ ଆସିଲେ ନାଁ ମିଳିଥିବା ଦାୟିତ୍ୱ ତୁଲାଇବାରେ ମିଳିଲାନି ଦେଖା । ଯାହାକୁ ନେଇ ଚର୍ଚ୍ଚାକୁ ଆସିଲା ଶ୍ରୀମୟୀ କୁଆଡେ ରୋଷ କରିଛନ୍ତି । ସୋସିଆଲ ମିଡିଆରୁ ବି ହୋଇଗଲେ ଉଭାନ । ତାଥାବି ଦଳ ତାଙ୍କୁ ପ୍ରାଧାନ୍ୟ ଦେଲା । ୨୦୨୪ ନିର୍ବାଚନର ଇସ୍ତାହାର କମିଟିରେ ମିଳିଲା ସ୍ଥାନ । ସଦସ୍ୟ ଭାବେ ରହିଥିଲେ ବି ପ୍ରଥମ କମିଟି ବୈଠକରୁ ଦୂରେଇ ରହିଲେ ।

ଯାହା ଦଳ ତରଫରୁ ଜାରି ହୋଇଥିବା ଫୋଟରୁ ସ୍ପଷ୍ଟ ହୋଇଗଲା । ଯାହାକୁ ନେଇ ଶ୍ରୀମୟୀଙ୍କୁ ନେଇ ଚାଲିଲା ଚର୍ଚ୍ଚା । ରାଗ ଚାଉଳ ଚୋବାଉ ଥିବା ଚାରିଆଡେ ଆଲୋଚନା ହେଉଛି । କୁଆଡେ ଶ୍ରୀମୟୀ ରୋଷ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି କି ବନବାସକୁ ପଳାଇଛନ୍ତି କି ଶ୍ରୀମୟୀ ? ନାଁ ଲୁଚିଲୁଚି କି ବିଜେଡିକୁ କରୁଛନ୍ତି ବ୍ଲାକମେଲିଙ୍ଗ୍ । ଯଦି ଏହା ସତ ହୋଇଥାଏ ଶ୍ରୀମୟୀଙ୍କୁ ପଡିବ ମହଙ୍ଗା । କାହିଁକି ନାଁ ତାଙ୍କ ଅନୁପସ୍ଥିତ ଭିତରେ ବିଜେଡିରେ ଅନେକ ବିରୋଧୀ ଦଳର ନେତ୍ରୀମାନଙ୍କ ସହ ଅଭିନେତ୍ରୀ ବି ସାମିଲ ହେଲେଣି । ଚର୍ଚ୍ଚା ହେଉଛି ଦଳ ଆଉ ତାଙ୍କ ଆବଶ୍ୟକ ଲୋଡୁନି । ସେ ରହିଲେ ଯେତିକି ନ ରହିଲେ ସେତିକି ବୋଲି ଦଳ କୁଆଡେ ଜାଣି ସାରିଲାଣି ।

Leave A Reply

Your email address will not be published.