ଏପର୍ଯ୍ୟନ୍ତ କେତେ ଜଣ ଗିରଫ ହୋଇଛନ୍ତି ବୋଲି ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏପର୍ଯ୍ୟନ୍ତ କେତେ ଜଣ ଗିରଫ ହୋଇଛନ୍ତି ? କାଲି ସୁଦ୍ଧା ଷ୍ଟାଟର୍ସ ରିପୋର୍ଟ ଦାଖଲ କରନ୍ତୁ । ଏହି ମାମଲାର ଅଭିଯୁକ୍ତ କିଏ ? କାହା ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି ? ରାଜ୍ୟ ସରକାରଙ୍କ ସହ କଥା ହେବା ପରେ ନିର୍ଦ୍ଦେଶନାମା ଆଣନ୍ତୁ ବୋଲି ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି । ଏହା ସହ ମୃତ କୃଷକ ଲଭପ୍ରୀତ ସିଂହଙ୍କ ମା’ଙ୍କ ପାଇଁ ସହାୟତା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପୁଅର ମୃତ୍ୟୁ ଖବର ଶୁଣି ମା’ ଅତ୍ୟନ୍ତ ଭାଙ୍ଗିପଡ଼ିଥିଲେ । ଅନ୍ୟପଟେ ଏହି ମାମଲାରେ ଏକ ଏସଆଇଟି ଗଠନ କରାଯାଇଛି । ଏହା ସହ ଏକ ଅନୁସନ୍ଧାନ କମିଶନ ମଧ୍ୟ ଗଠନ କରାଯାଇଛି ବୋଲି ୟୁପି ସରକାରଙ୍କ ପକ୍ଷରୁ ଆଡଭୋକେଟ ଗରିମା ପ୍ରସାଦ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ।

କାଲି ରାଜ୍ୟ ସରକାରଙ୍କ ସହ କଥା ହେବା ପରେ ନିର୍ଦ୍ଦେଶନାମା ଆଣନ୍ତୁ । ଏବଂ ଏହି ମାମଲାରେ ହାଇକୋର୍ଟରେ କେତେ ଆବେଦନ କରାଯାଇଛି ତାହାର ଏକ ଷ୍ଟାଟସ ରିପୋର୍ଟ ଦାଖଲ କରନ୍ତୁ ବୋଲି ଏନଭି ରମନ୍ନା କହିଛନ୍ତି । କେବଳ ଏତିକି ନୁହେଁ ବରଂ ଏହି ମାମଲାରେ କେତେ ଜଣ ଗିରଫ ହୋଇଛନ୍ତି ଓ କେତେଜଣ ଅଭିଯୁକ୍ତ ଅଛନ୍ତି, ଏସବୁର ରିପୋର୍ଟ ମାଗିଛି ସୁପ୍ରିମକୋର୍ଟ । ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା । ଏଥିରେ ୪ ଜଣ ଚାଷୀ ପ୍ରାଣ ହରାଇଥିଲେ । ପରେ ଘଟିଥିବା ହିଂସା କାଣ୍ଡରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିଲା । ଏନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କିଏ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି ତ ଆଉ କିଏ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ଏସବୁ ମଧ୍ୟରେ ଚାଷୀଙ୍କ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ