Masthead

ସାବଧାନ! କରୋଡପତି କହି ଲୁଟି ନେବେ

ସାଇବର ଅପରାଧୀ ଗୋଟିଏ ପରେ ଗୋଟିଏ ନୂଆ କୌଶଳ କରିବାରେ ଲାଗିଛନ୍ତି। ଫୋନ୍‌ ପେ, ଗୁଗୁଲ୍‌ ପେ, ପେଟିଏମ୍‌, ଅଶ୍ଲୀଳ ଫଟୋ ପଠାଇ ବ୍ଲାକ୍‌ ମେଲ୍‌ କରିବା, ଫେସବୁକ୍‌ ଭଳି ସାମାଜିକ ଗଣମାଧ୍ୟମର କୌଶଳ ପରେ ଏବେ ହ୍ୱାଟସ୍‌ ଆପରେ ଉପହାର ବିଜେତା ହୋଇଥିବା ନେଇ ଏକ ଅଡିଓ ମେସେଜ୍‌ ସହିତ ଫଟୋ ପ୍ରେରଣ କରୁଛନ୍ତି। କେବିସିରେ ମନୋନୀତ ହୋଇଥିବା ସୌଭାଗ୍ୟଶାଳୀ ବିଜେତା ଭାବେ ଆପଣଙ୍କ ନମ୍ବରକୁ ବଛା ଯାଇ ୨୫ ଲକ୍ଷ ଟଙ୍କାର ଉପହାର ପାଇବା ଲାଗି ହେଲେ ଫଟୋରେ ପ୍ରଦର୍ଶିତ ନମ୍ବରକୁ ମୋବାଇଲ୍‌ ଫୋନ୍‌ରେ ସେଭ୍ କରି ପରେ ଉକ୍ତ ନମ୍ବରକୁ ହ୍ୱାଟସଆପ୍‌ ମାଧ୍ୟମରେ କଲ୍ କରନ୍ତୁ ଆପଣ ଟଙ୍କା ପାଇବେ, ଏଭଳି ହ୍ୱାଟସ୍ ଆପରେ ଆସୁଛି ମେସେଜ । ଏଭଳି ନୂଆ କୌଶଳ କରିଛି ସାଇବର ଠକେଇ।

ଏଟିଏମ୍‌ର କାର୍ଡ ନମ୍ବର, ଓଟିପି ନେଇ ଠକେଇ କରାଯାଉଥିଲା। ଜନସାଧାରଣ ସଚେତନ ହେଉଥିବାରୁ ସାଇବର ଅପରାଧୀ ଏବେ ନୂତନ କୌଶଳ ଆପଣାଇବାରେ ଲାଗିଛନ୍ତି। ଲୋକପ୍ରିୟ କାର୍ଯ୍ୟକ୍ରମ କେବିସି ବାହାନାରେ ଆରମ୍ଭ ହୋଇଛି ଠକେଇ। ହ୍ୱାର୍ଟସ ଆପ ୟୁଜରର୍ସଙ୍କୁ ଏକ ପୋଷ୍ଟର ପଠାଯାଉଛି। ଯେଉଁଥିରେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗିଛି ଏବଂ ଅନ୍ୟପଟେ ଅମିତାଭଙ୍କ ଫଟୋ ରହିଛି। ମୁକେଶ ଅମ୍ବାନିଙ୍କ ଜିଓ ବିଭାଗ ପକ୍ଷରୁ ଏହି ଉପହାର ପ୍ରଦାନ କରାଯାଉଛି ବୋଲି ଉକ୍ତ ପୋଷ୍ଟରରେ ଲେଖାଯାଉଛି । ଲୋକେ ଏହି ପୋଷ୍ଟ ପଢ଼ିବା ପରେ ନିଶ୍ଚିତ ଭାବେ ଭ୍ରମରେ ପଡ଼ିଯିବେ। ଏଭଳି ମେସେଜ ପାଇବା ପରେ ଗଣମାଧ୍ୟମ ପ୍ରତିନିଧି ସାଇବର ଅପରାଧୀଙ୍କର ଏହି କୌଶଳକୁ ସନ୍ଦେହ କରି ଜଣେ ସାଇବର ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଥିଲେ। ଏହା ଏକ ନୂତନ ଶୈଳୀର ଠକେଇ ବୋଲି ସେ ମତ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା