Masthead

ବିଛଣାରେ ଛବିନ୍ଦ୍ର, ସହାୟତା ଆଶାରେ ପରିବାର ଲୋକେ

ହାଟଡିହି (ବଡ଼ ଖବର ବ୍ୟୁରୋ):  ରଜଠାରୁ ବିଛଣାରେ ପରିବାରର ଏକମାତ୍ର ରୋଜଗାରିଆ ପୁଅ । ଆର୍ଥିକ ଅନଟନ ମଧ୍ୟରେ ବିତୁଛି ଜୀବନ । ପେଟକୁ ଦାନା ଯିବା ହେଉ ଅବା ଚିକିସôା , ଅର୍ଥ ସାଜୁଛି ବାଧକ । ହାଟଡିହିରୁ ଆସିଛି ଏଭଳି ଏକ ଦୟନୀୟ ଚିତ୍ର । ଗୋଟିଏ ଛୁଆ ମୋର । ଏବେ ତ ପଡିକି ରହିଲା । ଏବେ ଖାଇବା ପାଇଁ ଘରେ ଦାନା ନାହିଁ । ଆମେ କେମିତି ଚଳିବୁ? ଏପରି କହୁଛନ୍ତି ସଞ୍ଜୁ ମହାକୁଡ଼ । ପୁଅ ପାଇଁ କାନ୍ଦି କାନ୍ଦି ତାଙ୍କ ଦିନ କଟୁଛି । ପରିବାରର ଏକ ମାତ୍ର ଭେଣ୍ଡିଆ ପୁଅ । ରୋଜଗାର କଲେ ୫ ପ୍ରାଣୀ କୁଟୁମ୍ବର ପେଟକୁ ଦାନା ଯାଏ । ହେଲେ ଆଜି ଆପଣେଇଛନ୍ତି ବିଛଣା । ରଜ ଦିନରୁ ଅଟ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଛବିନ୍ଦ୍ର ମହାକୁଡ଼ । ସ୍ୱାମୀର ଗୋଡ ଭଲ ହେବା ପାଇଁ ଚିନ୍ତାରେ ସ୍ତ୍ରୀ ସାବିତ୍ରୀ । କିନ୍ତୁ ଅର୍ଥ ସାଜିଛି ବାଧକ । ଏଭଳି ସ୍ଥିତିରେ ପରିବାର ଲୋକ ମଧ୍ୟ ଭାଙ୍ଗି ପଡିଛନ୍ତି । ଛବିନ୍ଦ୍ରଙ୍କ ବିଷୟରେ ଜାଣିବା ପରେ ସାନଭି ସେବା ସଂଗଠନ ସହାୟତାର ହାତ ବଢାଇଥିଲା । କିନ୍ତୁ ସେ ବି ସମୁଦ୍ରକୁ ଶଙ୍ଖେ ପରି । ଛବିନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବା ପାଇଁ କିଛି ଆର୍ଥିକ ସହାୟତା ମିଳିଗଲେ ପରିବାର ଚଳିବାରେ ସାହାଯ୍ୟ ହେବ ବୋଲି ଆଶା କରିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି