Masthead

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜନୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡି- ବିଜେପି –କଂଗ୍ରେସ ମୁହାଁମୁହିଁ । ବିଜେଡି ଓ କଂଗ୍ରେସ, ବିଜେପି ମୁଣ୍ଡରେ ଅଠା ବେଳୁଥିବା ବେଳେ ବିଜେପି କହିଛି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବାଦ୍ ନ ପଡନ୍ତି ।   ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯେଉଁ ଗାଇଡ଼ ଲାଇନ କେନ୍ଦ୍ର କରିଛି, ସେଥିରେ ଅନେକ ଯୋଗ୍ୟ ଲୋକ ବାଦ ପଡି ଯାଉଛନ୍ତି । ଅନେକ ପ୍ରତିବନ୍ଧକ କେନ୍ଦ୍ର ଲଗାଇଛି । ଆମେ ୧୫ ଲକ୍ଷ ହିତାଧିକାରୀଙ୍କୁ ଆବାସ ଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରୁଛୁ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସାଢେ ୯ ଲକ୍ଷ ଘର ମଞ୍ଜୁର କରିଛନ୍ତି । ତଥାପି ପ୍ରତ୍ୟେକ ଗରିବ ଲୋକଙ୍କୁ ଛାତ ଖଣ୍ଡେ ଦେବା ପାଇଁ ରାଜ୍ୟ ସରକାର ତପ୍ତର ଅଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।

ଦୀର୍ଘ ତିନିବର୍ଷ ଧରି ପକ୍କା ଘର ଟିଏ ନ ପାଇ ଲୋକେ ହନ୍ତସନ୍ତ ହେଲେଣି ।  ଉପା ସରକାର ଅମଳରେ ଯେତେ ମାଗୁଥିଲେ ସେତେ ମିଳୁଥିଲା । ବିଜେଡି-ବିଜେପି ଲଢେଇ ପାଇଁ ଲୋକେ ହଇରାଣ ହେଉଛନ୍ତି ବୋଲି କଂଗ୍ରେସ କହିଛି ।   ବିଜେପି କହିଛି ସରକାର ଦୁଇ ଦୁଇ ଥର ଲୋକଙ୍କ ଠାରୁ ଅଭିଯୋଗ ମାଗିଲେ । ଅଭିଯୋଗଗୁଡ଼ିକ ସ୍କୃଟିନିଂ କରି ଅଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ କାଟିବା କଥା । ଅଭିଯୋଗରେ ନାଁ ଗୁଡ଼ିକ କଟି ଗଲେ, କେନ୍ଦ୍ର ଦେଇଥିବା ଟାର୍ଗେଟ ଭରଣା କରି ପାରିବେ ନାହିଁ । ଫଳରେ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଲେ । ଏହାକୁ ନେଇ ବିଜେପି ବାରମ୍ବାର କହିବା ପରେ ବି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜନୀତି ଚାଲିଥିବା ବେଳେ ଯୋଗ୍ୟ ହିତାଧିକାରୀ ହନ୍ତସନ୍ତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା