Masthead

୨୦୨୪ ନିର୍ବାଚନରେ କୌଣସି ମାଫ କରାଯିବ ନାହିଁ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଯିବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ୨୦୨୪ ନିର୍ବାଚନକୁ ଦଳ କିପରି ନିର୍ବାଚନ ଲଢ଼ିବ ସେନେଇ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ପ୍ରସ୍ତୁତ ସରିଛି। ନିର୍ବାଚନକୁ କିପରି ସାମ୍ନା କରାଯିବ ସେ ବିଷୟରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଆଲୋଚନା ପାଇଁ ରାଜ୍ୟ ସଭାପତିଙ୍କୁ ଦିଲ୍ଲୀ ଡକରା ଆସିଥିଲା। ପ୍ରତିଷ୍ଠା ଦିବସ ଦିନ ସେ ଅନୁପସ୍ଥିତ ରହି ଦିଲ୍ଲୀ ଯାଇଥିଲେ।

ସେଠାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ନେତୃତ୍ୱଙ୍କ ସହ ଚର୍ଚ୍ଚା ଆଲୋଚନା କରି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ବିଜେପି ପ୍ରସ୍ତୁତ କରୁଛି। ୨୦୨୪ ନିର୍ବାଚନ ପାଇଁ ବିଜେପି ସଶକ୍ତ ଲଢେଇ ପାଇଁ ଯାହା ଯାହା ଆବଶ୍ୟକତା ରହିଛି ସେ ସବୁ ଦଳ କରୁଛି। ଏଥିରେ କୌଣସି ମାଫ ଦିଆଯିବ ନାହିଁ। ଆଗାମୀ ଦିନର କାର୍ଯ୍ୟପନ୍ଥା କ’ଣ ହେବ ସେ ଦିଗରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ୨୦୨୪ କେବଳ ବିଜେପି ପାଇଁ ନୁହଁ ଓଡ଼ିଶାର ଆଗାମୀ ଭବିଷ୍ୟତ କ’ଣ ହେବ ତାହା ମଧ୍ୟ ନିଷ୍ପତ୍ତି ନେବ । ୨୦୩୬ ମସିହାରେ ଓଡ଼ିଶା କ’ଣ ହେବକୁ ଯାଉଛି ତାହା ମଧ୍ୟ ଦର୍ଶାଇବ । ୨୦୨୪ ନିର୍ବାଚନ ଓଡ଼ିଶାର ଭବିଷ୍ୟତ ପାଇଁ ମଧ୍ୟ ବାଟ ଦେଖାଇବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା