Masthead

ସୁବାସ କ୍ଷମା ନମାଗିଲେ ଗୃହ ଚଳାଇ ଦେବୁନି: ବିଜେଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶନିବାର ବିଧାନସଭା ଆରମ୍ଭ ହେବା ମାତ୍ରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ହଙ୍ଗାମା କରିଥିଲେ । ଗୃହ ମଧ୍ୟଭାଗକୁ ଆସି ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହଲା ଏବଂ ପାଟିତୁଣ୍ଡ କରିଥିଲେ । ବିଜେଡି ସଦସ୍ୟମାନେ ପ୍ରଥମେ ନିଜ ନିଜ ସ୍ଥାନରେ ପ୍ରତିବାଦ କରିଥିଲେ । ପରେ ସେମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ବିଜେଡିର ଦାବି ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ପାଇଁ ଧମକ ଦେଇଥିବାରୁ କ୍ଷମା ମାଗନ୍ତୁ। ଯଦି କ୍ଷମା ନ ମାଗିବେ ଗୃହ କାର୍ଯ୍ୟ ଚଳାଇଦେବୁନି ବୋଲି ବିଜେଡି ସଦସ୍ୟମାନେ କହିଥିଲେ । ଚାଷୀଙ୍କ ଧାନ ଉଠୁ । ସରକାର ବେଇମାନ କରିଛନ୍ତି, ତାହାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ।

ବିଜେଡି ବିଧାନସଭାର ଇତିହାସକୁ ଧ୍ଵଂସ କରିଛନ୍ତି । ମନ୍ତ୍ରୀମାନେ ବିଧାନସଭାର ମନ୍ତ୍ରୀ ମଧ୍ୟ ଭାଗକୁ ଯାଇଛନ୍ତି । ଯେ ପର୍ଯ୍ୟନ୍ତ ମନ୍ତ୍ରୀମାନେ ଭୁଲ ମାଗିନାହାନ୍ତି ସେ ପର୍ଯ୍ୟନ୍ତ ଗୃହ ଚାଲିବ ନାହିଁ । ମନ୍ତ୍ରୀ ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର ଏବଂ ନବ ଦାସ ମଧ୍ୟ ଭାଗକୁ ଆସିଛନ୍ତି ବୋଲି କହିଛନ୍ତି ତାରାପ୍ରସାଦ ବାହୀନପତି । ବିଜେଡି ମନ୍ତ୍ରୀମାନେ ମଧ୍ୟ ଭାଗକୁ ଆକ୍ରମଣ କରିବା ପାଇଁ ଆସିଥିଲେ ବୋଲି କହିଛନ୍ତି ତାରା । ବିଧାନସଭାର ପରମ୍ପରା ଶାଶକ ଦଳ ଭାଙ୍ଗିଛି । ସେମାନେ କ୍ଷମା ମାଗନ୍ତୁ । ଚାଷୀଙ୍କ ସମସ୍ୟା ଯେ ପର୍ଯ୍ୟନ୍ତ ସମାଧାନ ନହେଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଶାସକ ଦଳର ମନ୍ତ୍ରୀମାନେ ଗୃହର ମଧ୍ୟ ଭାଗକୁ ଆସିଥିଲେ ବୋଲି କହିଛନ୍ତି ମୋହନ ମାଝୀ ।

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ଯାହା କରିଛନ୍ତି ତାହାକୁ କଡା ଭାଷାରେ ବିଜେଡି ନିନ୍ଦା କରିଛି ।ବିଧାନସଭା ଏକ ସ୍ଵତନ୍ତ୍ର ଗୃହ । ଆଜି ପର୍ଯ୍ୟନ୍ତ କେବେ ଏଭଳି ଘଟଣା ହୋଇନାହିଁ । ସାନିଟାଇଜର ପିଇ ପ୍ରତିବାଦ କରିବା ଓଡିଶା ନୁହେଁ ସାରା ଭାରତରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ।ଏହା ଦଳୀୟ ପ୍ରଯୋଜନାରେ କରାଯାଇଛି ନା ସୁବାସ ବ୍ୟକ୍ତିଗତ ଭାବରେ ଏଭଳି କରିଛନ୍ତି । ବାଚସ୍ପତିଙ୍କ ପାଖରେ ଆମେ ଦାବି କରିଛୁ ସେ କ୍ଷମା ମାଗନ୍ତୁ । ସେ କ୍ଷମା ନମାଗିଲେ ବିଜେଡି ତା ଷ୍ଟାଣ୍ଡରେ ଅଟଳ ରହିବ ।ଗୃହର ମର୍ଯ୍ୟଦା କ୍ଷୁର୍ଣ୍ଣ କରିଛନ୍ତି ସୁବାସ ପାଣିଗ୍ରାହୀ । ପ୍ରତିବାଦର ଭିନ୍ନ ତରିକା ରହିଛି । ସାନିଟାଇଜର ପିଇ ସେ କ’ଣ ଦର୍ଶାଇବାକୁ ଚାହୁଛନ୍ତି । ଆତ୍ମହତ୍ୟା ଗୁରୁତର ଅପରାଧ ବୋଲି କହିଛନ୍ତି ପ୍ରତାପ ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା