Masthead

ସୁବାସ କ୍ଷମା ନମାଗିଲେ ଗୃହ ଚଳାଇ ଦେବୁନି: ବିଜେଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶନିବାର ବିଧାନସଭା ଆରମ୍ଭ ହେବା ମାତ୍ରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ହଙ୍ଗାମା କରିଥିଲେ । ଗୃହ ମଧ୍ୟଭାଗକୁ ଆସି ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହଲା ଏବଂ ପାଟିତୁଣ୍ଡ କରିଥିଲେ । ବିଜେଡି ସଦସ୍ୟମାନେ ପ୍ରଥମେ ନିଜ ନିଜ ସ୍ଥାନରେ ପ୍ରତିବାଦ କରିଥିଲେ । ପରେ ସେମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ବିଜେଡିର ଦାବି ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ପାଇଁ ଧମକ ଦେଇଥିବାରୁ କ୍ଷମା ମାଗନ୍ତୁ। ଯଦି କ୍ଷମା ନ ମାଗିବେ ଗୃହ କାର୍ଯ୍ୟ ଚଳାଇଦେବୁନି ବୋଲି ବିଜେଡି ସଦସ୍ୟମାନେ କହିଥିଲେ । ଚାଷୀଙ୍କ ଧାନ ଉଠୁ । ସରକାର ବେଇମାନ କରିଛନ୍ତି, ତାହାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ।

ବିଜେଡି ବିଧାନସଭାର ଇତିହାସକୁ ଧ୍ଵଂସ କରିଛନ୍ତି । ମନ୍ତ୍ରୀମାନେ ବିଧାନସଭାର ମନ୍ତ୍ରୀ ମଧ୍ୟ ଭାଗକୁ ଯାଇଛନ୍ତି । ଯେ ପର୍ଯ୍ୟନ୍ତ ମନ୍ତ୍ରୀମାନେ ଭୁଲ ମାଗିନାହାନ୍ତି ସେ ପର୍ଯ୍ୟନ୍ତ ଗୃହ ଚାଲିବ ନାହିଁ । ମନ୍ତ୍ରୀ ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର ଏବଂ ନବ ଦାସ ମଧ୍ୟ ଭାଗକୁ ଆସିଛନ୍ତି ବୋଲି କହିଛନ୍ତି ତାରାପ୍ରସାଦ ବାହୀନପତି । ବିଜେଡି ମନ୍ତ୍ରୀମାନେ ମଧ୍ୟ ଭାଗକୁ ଆକ୍ରମଣ କରିବା ପାଇଁ ଆସିଥିଲେ ବୋଲି କହିଛନ୍ତି ତାରା । ବିଧାନସଭାର ପରମ୍ପରା ଶାଶକ ଦଳ ଭାଙ୍ଗିଛି । ସେମାନେ କ୍ଷମା ମାଗନ୍ତୁ । ଚାଷୀଙ୍କ ସମସ୍ୟା ଯେ ପର୍ଯ୍ୟନ୍ତ ସମାଧାନ ନହେଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଶାସକ ଦଳର ମନ୍ତ୍ରୀମାନେ ଗୃହର ମଧ୍ୟ ଭାଗକୁ ଆସିଥିଲେ ବୋଲି କହିଛନ୍ତି ମୋହନ ମାଝୀ ।

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ଯାହା କରିଛନ୍ତି ତାହାକୁ କଡା ଭାଷାରେ ବିଜେଡି ନିନ୍ଦା କରିଛି ।ବିଧାନସଭା ଏକ ସ୍ଵତନ୍ତ୍ର ଗୃହ । ଆଜି ପର୍ଯ୍ୟନ୍ତ କେବେ ଏଭଳି ଘଟଣା ହୋଇନାହିଁ । ସାନିଟାଇଜର ପିଇ ପ୍ରତିବାଦ କରିବା ଓଡିଶା ନୁହେଁ ସାରା ଭାରତରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ।ଏହା ଦଳୀୟ ପ୍ରଯୋଜନାରେ କରାଯାଇଛି ନା ସୁବାସ ବ୍ୟକ୍ତିଗତ ଭାବରେ ଏଭଳି କରିଛନ୍ତି । ବାଚସ୍ପତିଙ୍କ ପାଖରେ ଆମେ ଦାବି କରିଛୁ ସେ କ୍ଷମା ମାଗନ୍ତୁ । ସେ କ୍ଷମା ନମାଗିଲେ ବିଜେଡି ତା ଷ୍ଟାଣ୍ଡରେ ଅଟଳ ରହିବ ।ଗୃହର ମର୍ଯ୍ୟଦା କ୍ଷୁର୍ଣ୍ଣ କରିଛନ୍ତି ସୁବାସ ପାଣିଗ୍ରାହୀ । ପ୍ରତିବାଦର ଭିନ୍ନ ତରିକା ରହିଛି । ସାନିଟାଇଜର ପିଇ ସେ କ’ଣ ଦର୍ଶାଇବାକୁ ଚାହୁଛନ୍ତି । ଆତ୍ମହତ୍ୟା ଗୁରୁତର ଅପରାଧ ବୋଲି କହିଛନ୍ତି ପ୍ରତାପ ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି