Masthead

ରାଜ୍ୟ ବାର କାଉନସିଲ ନିର୍ବାଚନରେ ନିର୍ବାଚିତ ହେଲେ ବିଭୁ ତ୍ରିପାଠୀ

କଟକ(ବଡ଼ ଖବର ବ୍ୟୁରୋ): ବାର କାଉନିସଲରେ ନିର୍ବାଚିତ ହେଲେ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ । ଓଡ଼ିଶା ହାଇକୋର୍ଟରେ ଦୀର୍ଘ ଦିନ ଧରି ଓକିଲାତି କରିଆସୁଛନ୍ତି ବିଭୁ ତ୍ରିପାଠୀ । ଓଡ଼ିଶା ରାଜ୍ୟ ବାର କାଉନସିଲକୁ ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଛନ୍ତି । ନିଆରା ଢଙ୍ଗରେ ବିନା ପୋଷ୍ଟର ବ୍ୟାନର ତଥା ଅର୍ଥବଳକୁ ବ୍ୟବହାର ନକରି ଚଳିତବର୍ଷ ରାଜ୍ୟ ବାର କାଉନସିଲ ନିର୍ବାଚନରେ ନିର୍ବାଚନ ଲଢ଼ି ବିଜୟଲାଭ କରିଥିବା ବିଭୁ ତ୍ରିପାଠୀ ତାଙ୍କର ବିଜୟ ରାଜ୍ୟର ସ୍ୱାଭିମାନୀ ଆଇନଜୀବୀ ମାନଙ୍କ ବିଜୟ ବୋଲି କହିଛନ୍ତି ।

ରାଜ୍ୟରେ ଆଇନଜୀବୀ ମାନଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧିଲାଗି ଆଡ଼ଭୋକେଟ ଏକାଡେମୀ ପ୍ରତିଷ୍ଠା ସହିତ ସବୁ ବାରରେ ଇ-ଲାଇବ୍ରେରୀ ପାଇଁ ବନ୍ଦୋବସ୍ତ କରିବା, ରାଜ୍ୟ ଆଇନଜୀବୀ ପରିଷଦର ପ୍ରାଥମିକତା ଆଇନଜୀବୀମାନଙ୍କ କଲ୍ୟାଣ ପାଣ୍ଠି ବୃଦ୍ଧି ସହ ସେମାନଙ୍କୁ ରାଜ୍ୟସରକାର ସ୍ବାସ୍ଥ୍ୟବୀମା ଯୋଗାଇଦେବା ଦିଗରେ ସେ ଉଦ୍ୟମ କରିବେ ବୋଲି କହିଛନ୍ତି । ଆଇନଜୀବୀମାନଙ୍କର ସ୍ୱାଭିମାନ ରକ୍ଷା କରିବା ପାଇଁ ବିଭିନ୍ନ ସମୟରେ ରାଜ୍ୟ ଆଇନଜୀବୀ ପରିଷଦରେ “ଗୋଟିଏ ବାର ଗୋଟିଏ ଭୋଟ” ପ୍ରସଙ୍ଗ ଉତ୍ଥାପନ କରି ବିଭୁ ତ୍ରିପାଠୀ ଆଇନଜୀବୀ ତଥା ବାର ଆସୋସିଏସନ ଦ୍ୱାରା ବିଭିନ୍ନ ସମୟରେ ଉଚ୍ଚ ପ୍ରସଂଶିତ ହୋଇଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ , ବାଙ୍ଗାଲୋର ଆଇନ ବିଶ୍ୱବିଦ୍ୟାଳୟ ଓ ସିଙ୍ଗାପୁରରେ ଆଇନ ସମ୍ବନ୍ଧୟ ପାଠ ପଢ଼ିବା ସହ ଭାରତୀୟ ବାର ଆସୋସିଏସନର ଯୁଗ୍ମ ସମ୍ପାଦକ ଭାବେ କାର୍ୟ୍ୟ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ