Masthead

ଅମ୍ରିତପାଲଙ୍କୁ ଧରିବା ପାଇଁ ବଡ଼ ଯୋଜନା, ୧୪ ଯାଏ ପୋଲିସଙ୍କ ଛୁଟି ବାତିଲ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ):  ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିବା ଖାଲିସ୍ତାନୀ ନେତା ଅମ୍ରିତପାଲ ସିଂ ପଞ୍ଜାବ ପୋଲିସର ନିଦ ହଜାଇ ଦେଇଛି । ସମସ୍ତ ଉଦ୍ୟମ ସତ୍ତ୍ୱେ ତାକୁ ଗିରଫ କରିବାରେ ପଞ୍ଜାବ ପୋଲିସ ବିଫଳ ହୋଇଛି । ଅମ୍ରିତପାଲଙ୍କୁ ଧରିବା ପାଇଁ ସରକାର ଏବେ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ।ଏପ୍ରିଲ ୧୪ ପର୍ଯ୍ୟନ୍ତ ପଞ୍ଜାବର ସମସ୍ତ ପୋଲିସ କର୍ମଚାରଙ୍କ ଛୁଟି ବାତିଲ କରି ଦିଆଯାଇଛି । ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ୨୧ ଦିନଧରି ଫେରାର ହେବା ପରେ ଗତକାଲି ଆତ୍ମସମର୍ପଣ କରିବା ଖବର ମିଳିବାରୁ ପଞ୍ଜାବ ପୋଲିସ ଫୁଲ ଦମରେ ଲାଗିପଡିଛି ।

ଅମୃପାଲକୁ ଗିରଫ କରିବାକୁ ପୁରା ଇଲାକାରେ ନିୟୋଜିତ ହୋଇଛନ୍ତି ୫୦୦୦ରୁ ଅଧିକ ଯବାନ୍ । କେବଳ ଏତିକି ନୁହେଁ ଯେପରି କୌଣସି ଧାର୍ମିକ ସ୍ଥଳରେ ଅମୃତପାଲ ପ୍ରବେଶ ନକରେ ସେଥିପାଇଁ ପଞ୍ଜାବ ପୋଲିସସଜାଗ ରହିଛି । ୧୫୦ରୁ ଅଧିକ ବସଷ୍ଟାଣ୍ଡ, ସହ ୩୦୦ ସନ୍ଦିଗ୍ଧ ସ୍ଥାନରେ ଡେରା ପକାଇଛି ପଞ୍ଜାବ ପୋଲିସ । ନିକଟରେ ଏକ ମୋଟର ଟ୍ରଲିରେ ଅମୃତପାଲ ପଳାଇଯାଇଥିବାବେଳ ସେହି ଟ୍ରଲି ଡ୍ରାଇଭରଙ୍କ ସହ ଗଣମାଧ୍ୟମ ପ୍ରତିନିଧି କଥା ହୋଇଛନ୍ତି । ଡ୍ରାଇଭର ଜଣକ କହିଛନ୍ତି କି ଯେ ସେ ଅମ୍ରିତପାଲ ସିଂ ବୋଲି ତାଙ୍କୁ ଜଣାନଥିଲା । ପଞ୍ଜାବର ଜଳନ୍ଧରରୁ ଖସିଯିବା ପରେ ସେ ହରିଆଣାରେ ଆତ୍ମଗୋପନ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ