Masthead

ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ । ହେବ ନାହିଁ ବିଜୟ ଥାଲାପତିଙ୍କ ଛାଡପତ୍ର । ପତ୍ନୀ ସଙ୍ଗୀତା ଆବେଦନ ପ୍ରତ୍ୟାହାର କରିବା ସହ କୋର୍ଟ ମାମଲାକୁ ଖାରଜ କରିଦେଇଛନ୍ତି। ଉଭୟଙ୍କ ସମ୍ପର୍କକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଚାଲିଥିଲା। ୨୭ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗିବାର ସ୍ଥିତିରେ ପହଞ୍ଚିଥିଲା। ସୂଚନା ଅନୁସାରେ, ସଙ୍ଗୀତା ପୂର୍ବରୁ ବିବାହ ବିଚ୍ଛେଦ ପାଇଁ ଚେଙ୍ଗାଲପଟୁ ପରିବାର ଅଦାଲତରେ ଆବେଦନ କରିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ରାଜନୈତିକ ମହଲ ସହ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଛାଡ଼ପତ୍ର ଆବେଦନ ସମୟରେ ଅର୍ଥାତ୍ ଏହି ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ, ୨୦୨୧ ମସିହା ଏପ୍ରିଲରେ ସଙ୍ଗୀତାଙ୍କୁ ଜଣାପଡ଼ିଥିଲା ଯେ ବିଜୟ ଜଣେ ଅଭିନେତ୍ରୀଙ୍କ ସହ ସମ୍ପର୍କରେ ଅଛନ୍ତି। ଏହି ଖୁଲାସା ପରେ ସଙ୍ଗୀତାଙ୍କୁ ଗଭୀର ଆଘାତ ଲାଗିଥିଲା।

ସଙ୍ଗୀତା ଅଭିଯୋଗ କରିଥିଲେ ଯେ, ବିଜୟ ସର୍ବସାଧାରଣରେ ମଧ୍ୟ ସେହି ଅଭିନେତ୍ରୀଙ୍କ ସହ ମିଳାମିଶା ଜାରି ରଖିଥିଲେ। ଏହି କାରଣରୁ ତାଙ୍କୁ ନିଜ ପିଲାମାନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଥିଲା ବୋଲି ସେ ଅଭିଯୋଗ କରିଥିଲେ। ତେବେ ମାମଲାର ଶୁଣାଣି ପୂର୍ବରୁ ସେ ନିଜ ଆବେଦନ ପ୍ରତ୍ୟାହାର କରିବାକୁ କୋର୍ଟଙ୍କୁ ଅବଗତ କରାଇଥିଲେ। ଆବେଦନ ପ୍ରତ୍ୟାହାର ପରେ କୋର୍ଟ ଏହି ଛାଡ଼ପତ୍ର ମାମଲାକୁ ବନ୍ଦ କରିଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ବିଜୟଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ୱସ୍ତିର ନିଶ୍ୱାସ ନେଇଛନ୍ତି। ତେବେ ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କରିବାର ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ସାମ୍ନାକୁ ଆସିନାହିଁ। ବିଜୟ କିମ୍ବା ସଙ୍ଗୀତାଙ୍କ ପକ୍ଷରୁ ମଧ୍ୟ ଏନେଇ କୌଣସି ଆଧିକାରିକ ବୟାନ ଜାରି କରାଯାଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ