Masthead

ବିହାରରେ ସୁପର ଓଭର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନ ଭୋଟ ଗଣତି ଏବେ ଜାରି ରହିଛି। କିଛି ସମୟ ପୂର୍ବର ଟ୍ରେଣ୍ଡ ଏବେ ବଦଳିଯାଇଛି। ପ୍ରାୟ ଘଣ୍ଟାଏ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ୧୩୦ରୁ ଅଧିକ ଆସନରେ ଆଗୁଆ ଚାଲିଥିଲା। ଲାଗୁଥିଲା ଯେମିତି ଏନଡିଏ ସ୍ପଷ୍ଟ ବହୁମତ ପାଇଯିବ। ଆରଜେଡିର ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ବହୁତ ପଛରେ ପଡ଼ିଯାଇଥିଲା।

ମହାଗଠବନ୍ଧନ ପ୍ରାୟ ୧୦୦ ଆସନରେ ଆଗୁଆ ଚାଲିଥିଲା। ତେବେ କିଛି ସମୟ ହେଲା ଏହି ଟ୍ରେଣ୍ଡ ବଦଳିଯାଇଛି। ଏନଡିଏ ମ୍ୟାଜିକ ନମ୍ବରରୁ ୩ଟି କମ ଅର୍ଥାତ୍ ୧୧୯ ଆସନରେ ଆଗୁଆ ଚାଲିଛି। ମହାଗଠବନ୍ଧନ ୧୧୫ ଆସନରେ ଆଗୁଆ ଚାଲିଛି। ଏହି ଟ୍ରେଣ୍ଡ ଆଗକୁ ଜାରି ରହିଲେ ବିହାରରେ ଝୁଲା ସରକାର ଅଥବା ଘୋଡ଼ାବେପାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। କାରଣ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଠନ ପାଇଁ ୧୨୨ ଆସନ ଆବଶ୍ୟକ।

କୌଣସି ମେଣ୍ଟକୁ ପୂର୍ଣ୍ଣ ବହୁମତ ନ ମିଳିଲେ ଝୁଲା ସରକାର ନିଶ୍ଚିତ ଅର୍ଥାତ୍ ଆମେ ବିହାର ମ୍ୟାଚକୁ ଟାଇ ବୋଲି କହିପାରିବା। ଅର୍ଥାତ୍ ବିହାର ମ୍ୟାଚରେ ସୁପର ଓଭର ପଡ଼ିବା ନିଶ୍ଚିତ। ମାନେ ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ଉପରେ ସରକାର ଗଠନ ନିର୍ଭର କରିବ। ଅନ୍ୟାନ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ଏବେ ୯ ଆସନରେ ଆଗୁଆ ଅଛନ୍ତି। ସରକାର ଗଠନରେ ଏହି ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ହୋଇପାରନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ