Masthead

କେତେ ଭୋଟ ପାଇଲେ ବେଣୁ ମଉସା ଜାଣନ୍ତୁ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଉପ ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲେ ବେଣୁଧର ବାରିକ ଓରଫ ବେଣୁ ମଉସା । ପ୍ରଚଣ୍ଡ ସ୍ୱାଭିମାନୀ ବେଣୁ ମଉସା ସ୍ୱାଧୀନ ଭାବେ ନିର୍ବାଚନରେ ପ୍ରାର୍ଥୀ ହେବାରୁ ସରଗରମ ହୋଇଥିଲା ବାଲେଶ୍ୱର ରାଜନୀତି । କୌଳିକ ବୃତ୍ତି ତାଙ୍କର ବାରିକ । ଲୋକଙ୍କ ଦାଢି, ନିଶ ଓ ଚୁଟି କାଟି ପରିବାର ଚଳାଉଥିବା ବେଣୁ ମଉସାଙ୍କୁ ସଦାବେଳେ ଘାରୁଥିଲା ଦରଦୀ ମଣିଷର ଦୁଃଖ । ତେଣୁ ସେ ବସ୍ତି ବାସିନ୍ଦାଙ୍କ ହକ ପାଇଁ ଲଢେଇ କରି ଚର୍ଚ୍ଚାରେ ଥିଲେ । ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ବେଣୁ ମଉସାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆରେ ତାଙ୍କ ପାଇଁ ପ୍ରଚାର କରିଥିଲେ ଅନେକ ୟୁଜର୍ସ । ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା, ରାନୀ ପ୍ରିୟଦର୍ଶିନୀ, ଯାତ୍ରା ଦୁନିଆର ନାମକରା ଖଳନାୟକ ଦାମ ପଣ୍ଡା ପ୍ରମୁଖ ବେଣୁ ମଉସାଙ୍କ ପାଇଁ କରିଥିଲେ ପ୍ରଚାର ।

ପ୍ରଥମେ ଚାଲିଚାଲି ପ୍ରଚାର କରୁଥିଲେ ବେଣୁ ମଉସା । ପରେ ସାଇକେଲରେ କଲେ ପ୍ରଚାର । ବଢିଲା ଲୋକପ୍ରିୟତା । ବିଏମଡବ୍ଲ୍ୟୁ ଭଳି ସୌଖିନ ଗାଡ଼ି ଧରି ପ୍ରଚାରକୁ କରିଥିଲେ ଜୋରଦାର । ଆଜି ଭୋଟ ଗଣତି ବେଳେ ସମସ୍ତଙ୍କ ନଜର ଥିଲା ଏହି ଦରଦୀ ବେଣୁ ମଉସାଙ୍କ ଉପରେ । ତେବେ ଆପଣ ଜାଣିଛନ୍ତି କି କେତେ ଭୋଟ ପାଇଛନ୍ତି ବେଣୁ ମଉସା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୨୫ରାଉଣ୍ଡ ଶେଷ ସୁଦ୍ଧା ବେଣୁ ମଉସାଙ୍କୁ ମିଳିଛି ମାତ୍ର ୬୯୧ ଭୋଟ ।


୩୮ ବାଲେଶ୍ୱରର ସଦର ନିର୍ବାଚନମଣ୍ଡଳୀ ସମେତ ରାଜ୍ୟର ବହୁ ବୁଦ୍ଧିଜିବୀ ବେଣୁ ମଉସାଙ୍କୁ ହୃଦୟର ସହ ଭଲ ପାଉଥିଲେ । ତାଙ୍କ ନିଶ୍ୱାର୍ଥପର ସମାଜସେବା ଅନେକଙ୍କୁ ପ୍ରଭାବିତ କରିଥିଲା । ନିସ୍ୱ ଥାଇ ମଧ୍ୟ ବହୁ ସଚେତନ ନାଗରିକ ବଢାଇଥିଲେ ସହଯୋଗର ହାତ । ଆଶା କରାଯାଉଥିଲା ସେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ତୁଲାଇବେ । ମାତ୍ର ତାହା ସମ୍ଭବ ହେଲା ନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା