Masthead

କେତେ ଭୋଟ ପାଇଲେ ବେଣୁ ମଉସା ଜାଣନ୍ତୁ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଉପ ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲେ ବେଣୁଧର ବାରିକ ଓରଫ ବେଣୁ ମଉସା । ପ୍ରଚଣ୍ଡ ସ୍ୱାଭିମାନୀ ବେଣୁ ମଉସା ସ୍ୱାଧୀନ ଭାବେ ନିର୍ବାଚନରେ ପ୍ରାର୍ଥୀ ହେବାରୁ ସରଗରମ ହୋଇଥିଲା ବାଲେଶ୍ୱର ରାଜନୀତି । କୌଳିକ ବୃତ୍ତି ତାଙ୍କର ବାରିକ । ଲୋକଙ୍କ ଦାଢି, ନିଶ ଓ ଚୁଟି କାଟି ପରିବାର ଚଳାଉଥିବା ବେଣୁ ମଉସାଙ୍କୁ ସଦାବେଳେ ଘାରୁଥିଲା ଦରଦୀ ମଣିଷର ଦୁଃଖ । ତେଣୁ ସେ ବସ୍ତି ବାସିନ୍ଦାଙ୍କ ହକ ପାଇଁ ଲଢେଇ କରି ଚର୍ଚ୍ଚାରେ ଥିଲେ । ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ବେଣୁ ମଉସାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ସୋସିଆଲ ମିଡିଆରେ ତାଙ୍କ ପାଇଁ ପ୍ରଚାର କରିଥିଲେ ଅନେକ ୟୁଜର୍ସ । ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା, ରାନୀ ପ୍ରିୟଦର୍ଶିନୀ, ଯାତ୍ରା ଦୁନିଆର ନାମକରା ଖଳନାୟକ ଦାମ ପଣ୍ଡା ପ୍ରମୁଖ ବେଣୁ ମଉସାଙ୍କ ପାଇଁ କରିଥିଲେ ପ୍ରଚାର ।

ପ୍ରଥମେ ଚାଲିଚାଲି ପ୍ରଚାର କରୁଥିଲେ ବେଣୁ ମଉସା । ପରେ ସାଇକେଲରେ କଲେ ପ୍ରଚାର । ବଢିଲା ଲୋକପ୍ରିୟତା । ବିଏମଡବ୍ଲ୍ୟୁ ଭଳି ସୌଖିନ ଗାଡ଼ି ଧରି ପ୍ରଚାରକୁ କରିଥିଲେ ଜୋରଦାର । ଆଜି ଭୋଟ ଗଣତି ବେଳେ ସମସ୍ତଙ୍କ ନଜର ଥିଲା ଏହି ଦରଦୀ ବେଣୁ ମଉସାଙ୍କ ଉପରେ । ତେବେ ଆପଣ ଜାଣିଛନ୍ତି କି କେତେ ଭୋଟ ପାଇଛନ୍ତି ବେଣୁ ମଉସା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୨୫ରାଉଣ୍ଡ ଶେଷ ସୁଦ୍ଧା ବେଣୁ ମଉସାଙ୍କୁ ମିଳିଛି ମାତ୍ର ୬୯୧ ଭୋଟ ।


୩୮ ବାଲେଶ୍ୱରର ସଦର ନିର୍ବାଚନମଣ୍ଡଳୀ ସମେତ ରାଜ୍ୟର ବହୁ ବୁଦ୍ଧିଜିବୀ ବେଣୁ ମଉସାଙ୍କୁ ହୃଦୟର ସହ ଭଲ ପାଉଥିଲେ । ତାଙ୍କ ନିଶ୍ୱାର୍ଥପର ସମାଜସେବା ଅନେକଙ୍କୁ ପ୍ରଭାବିତ କରିଥିଲା । ନିସ୍ୱ ଥାଇ ମଧ୍ୟ ବହୁ ସଚେତନ ନାଗରିକ ବଢାଇଥିଲେ ସହଯୋଗର ହାତ । ଆଶା କରାଯାଉଥିଲା ସେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ତୁଲାଇବେ । ମାତ୍ର ତାହା ସମ୍ଭବ ହେଲା ନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ