Masthead

ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ, ଯୋଗ ଦେଲେ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲିରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଭଦ୍ରକ ଜିଲାର ପର୍ୟ୍ୟବେକ୍ଷକ ସଞ୍ଜୟ ଦାସବର୍ମା ଯୋଗ ଦେଇଥିଲେ । ଦୀର୍ଘ କୋଡିଏ କି.ମି. ଦୂରରୁ ତାଙ୍କୁ ପାଛୋଟି ନେଲେଥିଲେ ଶହଶହ କର୍ମୀ ଓ ନେତା । ଚାନ୍ଦବାଲି ବିଜୁ ଜନତା ଦଳର ଭଦ୍ରକ ଜିଲାର ପର୍ୟ୍ୟବେକ୍ଷକ ଭାବେ ସଂଜୟ ଦାସବର୍ମା ଦାୟିତ୍ୱ ଗ୍ରହଣ ପରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେବା ପାଇଁ ଚାନ୍ଦବାଲି ଗସ୍ତ କରିଛନ୍ତି । ଏହି କର୍ମୀ ସମ୍ମିଳନୀରେ ଚାନ୍ଦବାଲିର ଶହଶହ କର୍ମୀଙ୍କ ସହିତ ବହୁ ଛାମୁଆ ନେତା ମଧ୍ୟ ଉପସ୍ଥିତ ଥିଲେ । ଏହି ଗସ୍ତକୁ ନେଇ ଜିଲାର ବିଭିନ୍ନ ଅଞ୍ଚଳର ବିଜେଡି ଦଳ ପକ୍ଷରୁ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା । ଦୀର୍ଘ କୋଡିଏ କିଲୋମିଟର ଦୂରରୁ ଏକ ବିଶାଳ ବାଇକ ରାଲିରେ ତାଙ୍କୁ ପାଛୋଟି ଆଣିବା ସହିତ ବିଭିନ୍ନ ଛକମାନଙ୍କରେ ପୁଷ୍ପଗୁଛ ଉତରୀୟ ଦିଆଯାଇ ସ୍ବାଗତ କରାଯାଇଥିଲା। କର୍ମୀ ସମ୍ମିଳନୀରେ ଆଗାମୀ ନିର୍ବାଚନରେ କିଭଳି ବିଜେଡି ବାଜି ମରିବ ସେ ବାବଦରେ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ପର୍ୟ୍ୟବେକ୍ଷକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ