Masthead

ଭୁବନେଶ୍ୱର ନୀଳାଦ୍ରି ବିହାରର ମା ମଙ୍ଗଳା ବସ୍ତିରେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଆଜି ରାଜଧାନୀ ଭୁବନେଶ୍ୱରର ନୀଳାଦ୍ରି ବିହାରର ମା ମଙ୍ଗଳା ବସ୍ତି ପରିଦର୍ଶନ କରିଛନ୍ତି। ଘରକୁ ଘର ଯାଇ ବସ୍ତି ବାସିନ୍ଦାଙ୍କୁ ଭେଟି ଆଲୋଚନା କରିଥିଲେ । ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝୁଛନ୍ତି ବିଲ୍‌ ଗେଟ୍‌ସ । ବସ୍ତି ଗସ୍ତ ସମୟରେ ସେ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ । ମୁକ୍ତା ଯୋଜନା ଓ ଜାଗା ମିଶନ ଭଳି ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜାଣିଥିଲେ। ଏହି ଗସ୍ତ ସମୟରେ ବିକାଶ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ଜି ମାଥିଭଥାନନ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ