Masthead

ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର

ଖଲ୍ଲିକୋଟ(ବଡ଼ ଖବର ବ୍ୟୁରୋ): ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର । କରୋନା କଟକଣା ପାଇଁ ବନ୍ଦ ରହିଛି ରାଜ୍ୟର ସମସ୍ତ ସ୍କୁଲ । ପିଲାଙ୍କ ପାଠପଢାରେ ବ୍ୟାଘତ ନହେଉ ବୋଲି ଅନଲାଇନ ମାଧ୍ୟମରେ ଶିକ୍ଷାଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଡିଜିଟାଲ ଇଣ୍ଡିଆର ନାରା ଦେଇ ପିଲେ ମୋବାଇଲ, କମ୍ପ୍ୟୁଟର ସାହାର୍ଯ୍ୟରେ ପାଠ ପଢିବେ । କିନ୍ତୁ ବାସ୍ତବ ସ୍ଥିତି କିଛି ଅଲଗା । ଡିଜିଟାଲ ଇଣ୍ଡିଆରେ ଆଜି ବି ଏଭଳି ଗାଁ ଅଛି ଯେଉଠି ପହଂଚି ପାରିନି ମୋବାଇଲ ନେଟୱାର୍କ । ଅନଲାଇନ କ୍ଲାସ ପାଇଁ ପିଲେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏମିତି ଏକ ପଞ୍ଚାୟତ ହେଉଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପଞ୍ଚାୟତ । ଗାଁରୁ ବାହାରି ଏକ କିଲୋ ମିଟର ଦୁରରେ ଥିବା ଗଛରେ ଚଢିଲେ ଆସୁଛି ନେଟୱାର୍କ । ଆଦିବାସୀ ଅଧ୍ୟୁଷିତ ଏହି ଗାଁର ପିଲାମାନେ ପାଠ ପଢିବା ପାଇଁ ଅତି ବିପଜ୍ଜନକ ଭାବେ ଗଛରେ ଚଢୁଛନ୍ତି । ଡିଜିଟାଲ ଇଣ୍ଡି।।ର ବାସ୍ତବ ସ୍ଥିତି କ’ଣ ତାହା ବାଦପଲ୍ଲୀ ଅଞ୍ଚଳକୁ ଗଲେ ଠିକ ଜାଣି ପାରିବେ ।

 

ଏଠି ପ୍ରଶ୍ନ ଉଠୁଛି, ଗଛରେ ଚଢିଥିବା ବେଳେ ଯଦି କିଛି ଅଘଟଣେ ଘଟେ ସେଥିପାଇଁ ଦାୟୀ କିଏ ରହିବ ? ଖାଲି ନେଟୱାର୍କ ସମସ୍ୟା ନୁହେଁ ୧୦ଗାଁକୁ ନେଇ ଗଠିତ ଏହି ପଞ୍ଚାୟତରେ ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ଭଳି ଅନେକ ସମସ୍ୟା ରହିଛି । ଦେହ ଖରପ ହେଲେ ନେଟୱାର୍କ ନଥିବାରୁ ଲୋକେ ଆମ୍ବୁଲାନ୍ସ ଡାକି ପାରୁନହାନ୍ତି । ୨୦କିମି ଦୂର ଖଲ୍ଲିକୋଟ ଆସିବାକୁ ପଡ଼ୁଛି । ଆଦିବାସୀଙ୍କ ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା, ହେଲେ ତା’ର ବାସ୍ତବ ଚିତ୍ର ବଖାଣୁଛି ବାଦପଲ୍ଲି ପଞ୍ଚାୟତ । ବିଂଶ ଶତାବ୍ଦୀକୁ ସରକାର ଡିଜିଟାଲ ଭାରତ ଘୋଷଣା କରିଥିଲେ ହେଁ ଆଦିବାସୀ ଗାଁଗୁଡିକରେ ମୋବାଇଲ ସେବା ନ ପହଞ୍ଚିବା ବିଡମ୍ବନାର ବିଷୟ । ଆଧୁନିକୀରଣର ଦ୍ୱାହି ଦେଇ ସରକାରଙ୍କ ଡିଜିଟାଲ ଭାରତର ପ୍ରଚାର ପ୍ରସାର ଫେଲ ମାରିଛି ବୋଲି ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା