ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱରରେ ବିକ୍ରି ହେଲା ବିର୍ଲା ଟାୟାର୍ସ । ବିର୍ଲା ଟାୟାର୍ସକୁ କିଣିଲା ହିମାଦ୍ରି କେମିକାଲ୍ସ । ଶିଳ୍ପମନ୍ତ୍ରୀ, ପୂର୍ବାଂଚଳ ଆଇଜି, ଜିଲ୍ଲାପାଳ, ଏସପିଙ୍କ ଉପସ୍ଥିତିରେ କମ୍ପାନିକୁ ହସ୍ତାନ୍ତର କରାଯାଇଛି । ଏନସିଏଲଟିର ନିଦେ୍ର୍ଦଶରେ ୧୧ଶହ କୋଟି ଦେଲା ହିମାଦ୍ରି ଗ୍ରୁପ୍ । ୩ ବର୍ଷ ହେଲା ବିର୍ଲାରେ ଝୁଲୁଥିଲା ତାଲା । ତେବେ ଦେବାଳିଆ ସ୍ଥିତି ପାଇଁ କମ୍ପାନିରେ ତାଲା ଝୁଲୁଥିଲା । କମ୍ପାନିକୁ ନେବା ପରେ କର୍ମଚାରୀଙ୍କୁ ବକେୟା ଦରମା ପୈଠ କଲା ହିମାନ୍ଦ୍ରି କେମିକାଲ୍ସ ।