Masthead

ଗୁଣ୍ଡା ସାଜିଲେ ବିଜେଡି କର୍ମୀ

ବାରିପଦା(ବଡ଼ ଖବର ବ୍ୟୁରୋ): ଗୁଣ୍ଡା ସାଜିଲେ ବିଜେଡି କର୍ମୀ । ପୁଲିସ ସାମ୍ନାରେ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବରେ ପିଟିଲେ । ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସମୟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । କାର୍ଯ୍ୟକ୍ରମ ସରିବା ପରେ ଜେଏମଏମ ଓ ବିଜେପି କର୍ମକର୍ତ୍ତା ମାନଙ୍କୁ ବିଜେଡି କର୍ମୀ ଅମାନବୀୟ ଭାବେ ମାଡ଼ ମାରିଛନ୍ତି । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଜେଏମଏମ କର୍ମୀ ମଧୁସୁଦନ ସାହୁ, ବିଜେପି କର୍ମୀ ସୂର୍ଯ୍ୟବଂଶୀ ସୁରଜ ଓ ଦେବାଂଶ ରାଉତଙ୍କୁ ପୁଲିସ ସମ୍ମୁଖରେ ମାଡ ମାରିଥିବାର ଅଭିଯୋଗ କରିଛନ୍ତି ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସରେନ ।

ସେପଟେ ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ମନ୍ତ୍ରି ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଆସୁଛନ୍ତି । ଏପରିକି ଶେଷ ସମୟରେ ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୟୂରଭଞ୍ଜ ଗସ୍ତରୁ ବାଦ ଦିଆଯାଇଥିଲା । ହେଲେ କେବଳ ମନ୍ତ୍ରୀଙ୍କୁ ବାଦ ଦେବା ତାହା ନୁହେଁ ବରଂ ମନ୍ତ୍ରୀଙ୍କୁ ଦଳରୁ ଖୁବଶୀଘ୍ର ବହିଷ୍କାର କରାଯାଉ ବୋଲି ବିରୋଧୀ ଦାବି କରିଥିଲେ । ତେବେ ଏହି ଝଗଡ଼ା ଏସବୁକୁ ଦୃଷ୍ଟିରେ ରଖି ବିଜେଡି କର୍ମୀ ଘଟାଇଥିବାର ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ