Before Header

‘ବଡେ ଅଚ୍ଛେ ଲଗତେ ହୈ-୨’ରେ ପବନଦୀପ ଓ ଅରୁଣିତା

0 18

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଟେଲିଭିଜନ ଜଗତର ପପୁଲାର ସୋ’ ‘ବଡେ ଅଚ୍ଛେ ଲଗତେ ହୈ’ ର ଦ୍ୱିତୀୟ ସିଜିନ୍ ଏବେ ଖୁବ୍ ଟେଣ୍ଡିଂରେ ଚାଲିଛି ଟେଲି ଦୁନିଆରେ । ରାମ୍ ଓ ପ୍ରିୟା ଭୂମିକାରେ ଦେଖିବାକୁ ମଳୁଛନ୍ତି ନକୁଲ ମେହେଟା ଓ ଦିଶା ପରମାର । ଦୁହିଁଙ୍କ ଅନ୍ ସ୍କ୍ରିନ୍ କେମେଷ୍ଟ୍ରି ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ । ପୂର୍ବରୁ ଏହାର ପ୍ରଥମ ସିଜିନ୍ କୁ ଯେତିକି ଭଲପାଇବା ମିଳୁଥିଲା ଦର୍ଶକ ତା ଠାରୁ ଅଧିକ ପସନ୍ଦ କରୁଛନ୍ତି ସିରିୟଏଲର ଦ୍ୱିତିୟ ସିଜିନକୁ । ତେବେ ବର୍ତ୍ତମାନ ଏହି ସିରିୟଲର ଫ୍ୟାନ୍ସ ମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ରାମ୍ ଏବଂ ପ୍ରିୟାଙ୍କ ବିବାହକୁ । କାରଣ କୁହାଯାଏ ଯେ ସିରିୟଲରେ ଉଭୟଙ୍କର ଏହି ଅନନ୍ୟ ପ୍ରେମ କାହାଣୀ ଏହିଠାରୁ ହିଁ ଆରମ୍ଭ ହେବ ।

ସିରିୟଲର ନିର୍ମାତା ମାନେ ଏବେ ଦୁହିଁଙ୍କ ମ୍ୟାରଜ୍ କୁ ଦେଖାଇବା ପାଇଁ ଏକ ସ୍ପେସିଆଲ ସେଟ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଦର୍ଶକ ଯେପରି ଦୁହିଁଙ୍କ ମ୍ୟାରେଜକୁ ଏନଜୟ କରିବେ ସେଥିପାଇଁ ସବୁ ପ୍ରକାର ପ୍ରିପେୟାରେସନ ଆରମ୍ଭ ହୋଇ ଯାଇଛି । କହିବାକୁ ଗଲେ ଏକ ବଡ ଗ୍ରାଣ୍ଡ ମ୍ୟାରେଜ ପାର୍ଟି ଦେଖିବାକୁ ମିଳିବ ସିରିୟଲରେ । ଅନ୍ ସ୍କ୍ରିନ୍ ଏହି ଦୁହିଁଙ୍କର ହଲଦି, ମେହେନ୍ଦି, ଏବଂ ସଙ୍ଗିତ୍ ର ଅନେକ ପ୍ରସ୍ତୁତି ଚାଲିଛି ଏବଂ ଏହା ସହ ବଡ ବଡ କାର୍ଯ୍ୟକ୍ରମ ବି ଏଠାରେ ଅନୁଷ୍ଠିତ ହେବାକୁ ଯାଉଛି ।

ତେବେ ନିକଟରେ ଏହି ମ୍ୟାରେଜର କନସର୍ଟ ବିଷୟରେ ଏକ ରୋଚକ ତଥ୍ୟ ମଧ୍ୟ ପ୍ରକାଶ ପାଇଛି । ଇଣ୍ଡିଆନ ଆଇଡଲ ୧୨ର ୱିନର ପବନଦୀପ୍ ଏବଂ ରନର ଅପ୍ ଅରୁଣିତର କାଞ୍ଜିଲାଲଙ୍କୁ ମଧ୍ୟ ଏହି ମ୍ୟାରେଜ ଫଙ୍କସନରେ ଦେଖିବାକୁ ମିଳିବ । ବଡେ ଅଚ୍ଛେ ଲଗରେ ହୈ ସିରିୟଲରେ ଦୁହିଁଙ୍କ ଏଣ୍ଟ୍ରି ଖୁବ୍ ଖାସ୍ ଅନ୍ଦାଜରେ ପ୍ରସ୍ତୁତ କରାଯାଇଛି । ରାମ୍ ଓ ପ୍ରିୟାଙ୍କ ସଙ୍ଗିତ୍ ସେରିମନିରେ ଏହି ଦୁଇ ସିଙ୍ଗରଙ୍କୁ ଦେଖିବାକୁ ମିଳିବ । ଏହି ଯୋଡି ରାମ୍ ଓ ପ୍ରିୟାଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ପ୍ରଦର୍ଶନ କରିବେ ଏବଂ ସଙ୍ଗିତ୍ ରେ ସମସ୍ତ ହିଟ୍ ସଙ୍ଗ ଗୁଡିକୁ ଶୁଣାଇ କିଛି ସ୍ପେସିଆଲ ମୁମେଣ୍ଟ ବିତାଇବେ । ତେବେ ପ୍ରଥମ ଥର ପାଇଁ ସିରିୟଲରେ ଏଭଳି କିଛି ଦେଖିବାକୁ ମିଳୁଥିବାରୁ ଫ୍ୟାନ୍ସ ମାନେ ବି ଏକ୍ସାଇଟେଡ୍ ଅଛନ୍ତି । ସେପଟେ ପବନଦୀପ ଓ ଅରୁଣିତାଙ୍କ ଫ୍ୟାନ୍ସ ବି ଦୁହିଁଙ୍କ ଗୀତ ଶୁଣିବାକୁ ୱେଟ୍ କରି ରହିଛନ୍ତି ।

ତେବେ ୨୦୧୧ରେ ଟେଲିଭିଜନରେ ଦେଖିବାକୁ ମିଳିଥିଲା ପପୁଲାର ସିରିୟଲ ବଡେ ଅଚ୍ଛେ ଲଗତେ ହୈ । ଏଥିରେ ରାମ୍ ଭୂମିକାରେ ପପୁଲାର ଆକ୍ଟର ରାମ୍ କପୁର ଥିବା ବେଳେ ପ୍ରିୟା ଭୂମିକାରେ ନଜର ଆସିଥିଲେ ସାକ୍ସି ତନୱାର । ଦୁହିଁଙ୍କ ଯୋଡି ବଡ ସଫଳତା ପାଇବା ପରେ ଏବେ ପୁଣି ଥରେ ଏହି ସିରିୟଲର ଦ୍ୱିତିୟ ସିଜିନ୍ ଆରମ୍ଭ ହୋଇଛି ।

Leave A Reply

Your email address will not be published.