Masthead

ବିଜେଡି ଏବେ ବ୍ୟୁରୋକ୍ରାଟିକ ଜନତା ଦଳ: ଅନୀଲ ବିଶ୍ୱାଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାଷଣ ଦେବାକୁ ନେଇ ପୁଣି ବର୍ଷିଲା ବିଜେପି । ବିଜେଡି ଆଉ ବିଜୁ ଜନତା ଦଳ ହୋଇନାହିଁ । ବିଜେଡି ଏବେ ବ୍ୟୁରୋକ୍ରାଟିକ ଜନତା ଦଳରେ ପରିଣତ ହୋଇଛି ବୋଲି ତାଚ୍ଛଲ୍ୟ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ । ସଚିବମାନେ ଦଳ ଚଳାଉଛନ୍ତି, ବିଜେଡି ଦଳର ନେତାମାନେ ଅଫିସରଙ୍କ ପାଇଁ ଟୁଇଟ କରୁଛନ୍ତି । ନିର୍ବାଚନୀ କିଏ ଟିକେଟ ପାଇବ ତାହା ବ୍ୟୁରୋକ୍ରାଟ ମାନେ ସ୍ଥିର କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

ରାଜନୈତିକ ଦଳର କାର୍ଯ୍ୟକାରିଣୀରେ ଜଣେ ସଚିବ କିଭଳି ଭାଷଣ ଦେଇପାରିବେ ବୋଲି ପ୍ରଶ୍ନ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କର ଯଦି ରାଜନୀତି କରିବାର ଇଚ୍ଛା ଅଛି ସିଧା ରାଜନୀତିକୁ ଆସନ୍ତୁ । ସରକାରୀ ଚାକିରି କରି ଦଳୀୟ କାର୍ଯ୍ୟକ୍ରମରେ ଭାଷଣ ଦେବା ସମ୍ବିଧାନ ସମ୍ମତ କି ? ବିଜେଡିରେ ରାଜନୈତିକ ଅସହାୟତା ତିଆରି ହେଲାଣି । ବ୍ୟୁରୋକ୍ରାଟ ମାନେ ଦଳୀୟ କାର୍ଯ୍ୟକ୍ରମରେ ଭାଷଣ ଦେବା ସହ ନିର୍ବାଚନରେ ଟିକେଟ କାହାକୁ ଦିଆ ହେବ ତାହାର ପ୍ରୋଫାଇଲ୍ ମଧ୍ୟ ତିଆରି କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିବା ଆଇପିଏସ ଅଫିସର କାହାକୁ ଟିକେଟ ଦିଆଯିବ ସେ ନେଇ ସର୍ଭେ କରୁଛନ୍ତି । ଟିକେଟ ପାଇଁ ବାର୍ଗେନ୍ ମଧ୍ୟ ଆରମ୍ଭ ହୋଇଗଲାଣି ।

ଖଣି ଅଞ୍ଚଳରୁ କେତେ ଟଙ୍କା ଏବଂ ଉପକୂଳରୁ କେତେ ଟଙ୍କା ଦେଲେ ଟିକେଟ ଦିଆଯିବ ସେ ନେଇ ବାର୍ଗେନିଂ ଚାଲିଛି । ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡ଼ିଶାରେ ପଲିଟିକାଲ ଇକୋ ସିଷ୍ଟମ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇଛି । ରାଜ୍ୟରେ ବ୍ୟୁରୋକ୍ରାସିର ଅରାଜକତା ଚାଲିଛି । ଆଉ ଏହି ଅରାଜକତା ପାଇଁ ଡିଏନ ଗ୍ରୁପ, ପ୍ରଶାନ୍ତ ରାଉତଙ୍କ ଭଳି ଦୁର୍ନୀତଖୋରଙ୍କ ଠାରୁ ଶହ ଶହ କୋଟି ଟଙ୍କା ଜବତ ହେଉଛି । ଓଡ଼ିଶାରେ କଳା ଟଙ୍କାର ବ୍ୟବସାୟ ତିଆରି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି