Masthead

ଆଦିବାସୀଙ୍କ ବିକାଶ ଲାଗି ତତ୍ପର ନାହାନ୍ତି ସରକାର: ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗତକାଲି ଟ୍ରାଇବସ୍ ଆଡ଼ ଭାଇଜରୀ କମିଟି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ବିଜେଡି ଉପରେ ବର୍ଷିଛନ୍ତି । କହିଛନ୍ତି ବୈଠକ ପାଇଁ ଆମେ ୬୦୦ କିଲୋମିଟର ଦୂରରୁ ଆସିଲୁ ହେଲେ ମୁଖ୍ୟମନ୍ତ୍ରୀ ଏଇଠି ଥାଇ ବି ଆସିଲେନି। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ବୈଠକ ହୋଇ ବି ଅଳ୍ପ ସମୟ ପାଇଁ ଭର୍ଚୁଆଲି ଯୋଡ଼ି ହେଲେ। ଅର୍ଥାତ ଦପ୍ତରକୁ ବି ଆସୁନାହନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ଆଦିବାସୀ ନେତା ଭାବେ ଏହା ଆମକୁ ଅପମାନ ଏବଂ ସମଗ୍ର ଆଦିବାସୀ ଜାତିକୁ ଅପମାନ ବୋଲି କହିଲା ବିଜେପି।

ଆଦିବାସୀଙ୍କ ବିକାଶ ନେଇ ଅନେକ ପ୍ରସଙ୍ଗ ରହିଗଲା ଯାହା ଆଲୋଚନା ହୋଇପାରିଲାନି। କେବଳ ନିର୍ବାଚନକୁ ଆଖି ଆଗରେ ରଖି ଏହି ବୈଠକ ଡାକିଥିଲେ। ଆଦିବାସୀଙ୍କ ବିକାଶ ଲାଗି ତତ୍ପର ନାହାନ୍ତି ସରକାର ତାଙ୍କର ଆନ୍ତରିକତା ନାହିଁ। ଏଯାଏଁ ବାର୍ଷିକ ରିପୋର୍ଟ ଆସି ପାରିଲାନି। ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କୁ ମଧ୍ୟ ରିପୋର୍ଟ ପଠା ଯାଉନି। ଜିଲ୍ଲାରେ ଏସଡ଼ିସି ଗଠନ ପାଇଁ ଟିଏସି କିମ୍ବା ରାଜ୍ୟପାଳଙ୍କ ଅନୁମୋଦନ ଥିଲା କି। ୨୦୧୭ରେ ଗଠନ ହୋଇ ଅକାମୀ ହୋଇ ପଡ଼ିଛି ଏସଡ଼ିସି। ବିଜେଡି ନେତାଙ୍କୁ ଥଇଥାନ ପାଇଁ ଗଠନ ହୋଇଛି ଏସଡ଼ିସି। ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୟ ନାହିଁ। ଏହା ଆଦିବାସୀଙ୍କ ପ୍ରତି ଅପମାନ।

ଗ୍ରାଉଣ୍ଡରେ ବିନା ପଲ୍ଲୀସଭା ଓ ଗ୍ରାମ ସଭାରେ ଅଧିକାରୀମାନେ କାର୍ଯ୍ୟକରୁଛନ୍ତି। ପେଶା ଆଇନ କାର୍ଯ୍ୟକାରୀ ନେଇ ପ୍ରଶ୍ନ ଉଠାଇଲା ବିଜେପି। ଲଘୁଜାତ ଦ୍ରବ୍ୟ ପାଇଁ ଏମଏସପି ଦେଉ ନାହାନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର ୮୦ ଦ୍ରବ୍ୟ ଉପରେ ଏମଏସପି ଦେଉଥିଲେ ମଧ୍ୟ ଓଡ଼ିଶାରେ ଆଦିବାସୀ ତାର ଫାଇଦା ପାଉ ନାହାନ୍ତି। ମଧ୍ୟସ୍ଥି ଲଗାଇ ଘୋଟାଲା କରୁଛନ୍ତି। ଶିକ୍ଷା କ୍ଷେତ୍ରରେ କାହିଁକି ଆଦିବାସୀଙ୍କୁ ସଂରକ୍ଷଣ ଦେଉ ନାହାନ୍ତି ସରକାର। ସରକାରୀ ବ୍ୟବସ୍ଥା ଠିକ୍ ନଥିବାରୁ ଜଙ୍ଗଲ ଜମି ଅଧିକାରର ବଞ୍ଚିତ ହେଉଛନ୍ତି। ଏଣୁ ଏସବୁ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଶୁଣି ନଥିଲେ ବୋଲି ଅଭିଯୋଗ କରିଛି ବିଜେପି। ଗତକାଲିର ବୈଠକ କେବଳ ନିର୍ବାଚନ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ କରିଛନ୍ତି କିନ୍ତୁ ଆଦିବାସୀଙ୍କ ପ୍ରତି ଆନ୍ତରିକତା ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼