Masthead

ବିପୁଳ ଭୋଟରେ ବିଜୟ ହେବ ବିଜେଡି: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରସୁଗୁଡା ଉପନିର୍ବାଚନ ନେଇ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା । ବିପୁଳ ଭୋଟରେ ବିଜୟୀ ହେବ ବିଜେଡି । ପୁରପଲ୍ଲୀରେ ଆମେ ସଂଗଠିତ ଦଳ, ଶୃଙ୍ଖଳିତ ଦଳ, ଏବଂ ଦଳ ସବୁ ପରିସ୍ଥିତିରେ ଆତ୍ମ ବିଶ୍ୱାସର ସହ ସମ୍ମୁଖୀନ ହୁଏ । ଅତୀତରେ ଅନେକ ଉପ ନିର୍ବାଚନ ହୋଇଛି । ୯୦ ଭାଗ ଜାଗାରେ ବିଜେଡିର ଐତିହାସିକ ବିଜୟ ହୋଇଛି ।୩ ମାସ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ହେଲା । ବିପୁଳ ଭୋଟରେ ବିଜେଡି ବିଜୟ ହେଲା । ଝାରସୁଗୁଡା ଉପନିର୍ବାଚନ ଘୋଷଣା ହୋଇସାରିଛି ।

ଦଳ ସଭାପତି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଶ୍ୱାସ ଝାରସୁଗୁଡାରେ ବିଜେଡିକୁ ଐତିହାସିକ ସଫଳତା ମିଳିବ । ସବୁ ରେକର୍ଡ ଭାଙ୍ଗି ବିଜେଡି ପ୍ରାର୍ଥୀ ଝାରସୁଗୁଡାରେ ବିଜୟୀ ଲାଭ କରିବେ । ଦଳ ସଭାପତିଙ୍କ ନିଦେ୍ର୍ଦଶରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରୁ । ଝାରସୁଗୁଡାରେ ଦଳ ଯାହାକୁ ଯେଉଁ ଦାୟିତ୍ୱ ଦେବ ସମସ୍ତେ ନିର୍ବାହ କରିବେ । ବିରୋଧୀ ଦଳ ଅନେକ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବେ । କିନ୍ତୁ ଆମ ପ୍ରସଙ୍ଗ ହେଉଛି ଜନ ସାଧାରଣଙ୍କ ବିକାଶ । ବିଜେଡିର ମୁଖ୍ୟ ପ୍ରସଙ୍ଗ ହେଉଛି ବିକାଶ । ଝାରସୁଗୁଡାରେ ବିକାଶର ପ୍ରକ୍ରିୟା ଚାଲିଛି । ସେ ବିକାଶର ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କାର୍ୟ୍ୟ କରାଯିବ । ନବଦାସଙ୍କ ସମୟରେ ଝାରସୁଗୁଡାର ବହୁ ବିକାଶ ହୋଇଛି । ଅନେକ ପ୍ରକଳ୍ପ ସରିଛି । ନିର୍ବାଚନରେ ବିଜେଡି ବିଜୟ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି