Masthead

ଅଖା ଭିତରୁ ଶିଶୁପୁତ୍ର ମୃତଦେହ ଉଦ୍ଧାର

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଅଖା ଭିତରୁ ଶିଶୁପୁତ୍ର ମୃତଦେହ ଉଦ୍ଧାର । ରାୟଗଡ଼ା ବସଷ୍ଟାଣ୍ଡ ସାମ୍ନାରୁ ଉଦ୍ଧାର କରାଯାଇଛି । ମୃତଦେହ ଉଦ୍ଧାର କଲେ ସଫେଇ କର୍ମଚାରୀ । ଶିଶୁ ଶରୀରରେ ବାପା ମାଆଙ୍କ ନାଁ ଲେଖାଥିବା ମେଡିକାଲ ସ୍ଲିପ ଲାଗିଛି । ଦଙ୍ଗାସିଲ୍ ସ୍ୱାସ୍ଥ୍ୟକେନ୍ଦ୍ର ସହ ଶିଶୁର ବାପାମାଆଙ୍କ ନାଁ ଲେଖା ହୋଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରମେଶ ମାଝୀ ଦୋରାଗୁଡା ଥାନା ଭାମାନପୁଟ ଙ୍ଗାର ବାସିନ୍ଦା । ଗତ ୧୬ ତାରିଖ ଦିନ ରମେଶ ମାଝୀଙ୍କ ସ୍ତ୍ରୀ ରାଶି ମାଝୀ ନିଜ ଘରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ । ପୁତ୍ର ସନ୍ତାନ ଜନ୍ମ ହବା ପରେ ରାଶୀଙ୍କ ଯନ୍ତ୍ରଣା ଅଧିକ ହବାରୁ ତାକୁ ଆଣି ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହାପରେ ରାଶୀଙ୍କ ଅନ୍ୟ ଏକ କନ୍ୟା ସନ୍ତାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଦେଇଥିଲେ । ତେବେ ଘରେ ଜନ୍ମ ହୋଇଥିବା ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଡାକ୍ତର କହିବା ପରେ ସେହି ନବଜାତ ଶିଶୁ ପୁତ୍ରକୁ ଅଖାରେ ବାନ୍ଧି ଆଣି ଫିଙ୍ଗିଦେଇଥିଲେ । ଯାହାକି ଆଜି ପୌର ସଫେଇ କର୍ମଚାରୀ ତାହାକୁ ଠାବ କରି ପୋଲିସକୁ ଖବର ଦେଇଥିଲେ । ବର୍ତ୍ତମାନ ମାଆ ଓ କନ୍ୟା ସନ୍ତାନ ଗୁରୁତର ରହିଥିବା ପ୍ରକାଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ