Masthead

ସତ୍ୟବାଦୀର କବିରଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ସତ୍ୟବାଦୀ, (ବଡ଼ ଖବର ବ୍ୟୁରୋ): ସତ୍ୟବାଦୀର କବିର ଭୋଇ ନିଜ ସ୍ତ୍ରୀ ସୁକାନ୍ତି ଭୋଇଙ୍କୁ ଟ୍ରଲିରେ କଟକ ଡାକ୍ତରଖାନା ବୋହିନେବା ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚା ଓ ଚହଳ ପକାଇଥିଲା । କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ କରାଯାଇଥିଲା ଭର୍ତ୍ତି। ତୁରନ୍ତ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ବଞ୍ଚି ପାରିନଥିଲେ । ୧୧ ଅକ୍ଟୋବର ୨୦୨୦ ଅପରାହ୍ନରେ ହଠାତ୍ ସୁକାନ୍ତିଙ୍କ ମୃତ୍ୟୁ ହେଲାପରେ ପରେ କବିର ନିଜ ସ୍ତ୍ରୀଙ୍କ ମୃତ ଶରୀରକୁ ନେଇ ବାହୁଡ଼ି ଥିଲେ ନିଜ ଗ୍ରାମ ଦାଶବିଦ୍ୟାଧର ପୁର ହରିଜନ ସାହିକୁ। ଏହି ସମୟରେ ସେଠାରେ ପହଁଚିଥିଲେ ସତ୍ୟବାଦୀ ବିଜେପିର ନେତା ଓଁମ ପ୍ରକାଶ ମିଶ୍ର । ଅନ୍ତ୍ୟଷ୍ଟି କ୍ରିୟା ପାଇଁ ତାଙ୍କୁ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ପରେ ପରେ ଛୁଟିଥିଲା ନେତାଙ୍କ ସୁଅ । ପ୍ରଥମେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ପହଞ୍ଚି ତାଙ୍କ ପାଇଁ ଘୋଷଣା କରିଥିଲେ ବିଜୁ ପକ୍କାଘର ଯୋଜନା ଏବଂ ଆର୍ଥିକ ସହାୟତା ରୂପରେ ୧୦୦୦୦ ଟଙ୍କା ଏହା ସହିତ ଗୋଟିଏ ନୂତନ ଟ୍ରଲି ଏବଂ ଅନ୍ୟ ଆବଶ୍ୟକତା ଅନୁସାରେ ସମସ୍ତ ସାହାଯ୍ୟ କରିଥିଲେ । ପରେ ପରେ କଂଗ୍ରେସର ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ପହଞ୍ଚି ଆର୍ଥିକ ସାହାଯ୍ୟ କରିଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ଵିଦ୍ୟାଧର ମହାପାତ୍ର, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ , ଲୋଇସିଂହା ବିଧାୟକ ଡ଼ ମୁକେଶ ମାହାରୀ ,ସତ୍ୟବାଦୀ ନେତା ଓମ ପ୍ରକାଶ ମିଶ୍ର ଓ କୃଷ୍ଣ ଚନ୍ଦ୍ର ଜଗଦେଵ ପ୍ରମୂଖ ଆଜି ପୁରୀରୁ ଭୁବନେଶ୍ୱର ଏକ ପଦ ଯାତ୍ରା କରି ସତ୍ୟବାଦୀ ଦାସ ଵିଦ୍ୟାଧରପୁରରେ ପହଞ୍ଚିଥିଲେ। ସେଠାରେ କବିରଙ୍କ ସହ ସମ୍ପୁର୍ଣ୍ଣ ଆଲୋଚନା କରିଥିଲେ।ଏବଂ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବା ଆୟୁଷ୍ମାନ ଯୋଜନାକୁ ଜାଣିଶୁଣି ନିଜର ଲୋକପ୍ରିୟତା କମିଯିବା ଭୟରେ ରାଜ୍ୟସରକାର ଚାହୁଁ ନାହାନ୍ତି ବୋଲି ଦୋଷାରପ କରିଥିଲେ। ଯଦି କେନ୍ଦ୍ରର ଆୟୁଷ୍ମାନ ଯୋଜନା ଲାଗୁ ହୋଇଥାନ୍ତା ଆଜି ହୁଏତ ସୁକାନ୍ତିର ଜୀବନ ବଞ୍ଚିଯାଇ ପାରିଥାନ୍ତା ବୋଲି କହିଥିଲେ ଲେଖାଶ୍ରୀ। ଅନ୍ୟପଟେ ସମାନ ଭାବରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଏଠି ଫେଲ ମାରିଛି ବୋଲି କହିଥିଲେ ଲଳିତେନ୍ଦୁ ଓ ମୁକେଶ । ସୂଚନାନୁଯାୟୀ କବିର ଏବଂ ତାଙ୍କ ପତ୍ନୀ ପ୍ରତିଦିନ ଜରି, ବୋତଲ ,ପ୍ଲାସିକ ଆଦି ଗୋଟାଇ କବାଡି ଖାନାରେ ବିକ୍ରି କରି ନିଜର ଦୈନନ୍ଦିନର ଗୁଜୁରାଣ ମେଣ୍ଟାଇ ଆସୁଥିଲେ। ହଠାତ୍ ଦେହ ଅସସ୍ଥ ହେବାରୁ ସାକ୍ଷୀଗୋପାଳ ଡାକ୍ତରଖାନା ଓ ପରେ ପରେ ପୁରୀ ଡାକ୍ତରଖାନା ନେଇଥିଲେ ରକ୍ତ ଅଭାବ କାରଣରୁ ଦୁଇଟି ରକ୍ତ ଦେଇଥିଲେ। ଓ ପରେ ରକ୍ତ ଦରକାର ହେବାରୁ ଡାକ୍ତର ରକ୍ତ ନାହିଁ ବୋଲି କହିବାରୁ ସେ ସଠାରୁ କଟକ ନିଜ ଟ୍ରଲିରେ ନେଇ ଆସିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ