Masthead

ଦାଦନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଚିନ୍ତିତ ନୁହନ୍ତି: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେଉଁ ରାଜ୍ୟରେ କେତେ ଓଡ଼ିଆ ପୁଅ ଦାଦନ ଖଟୁଛନ୍ତି ତାହାର ଏକ ଶ୍ୱେତପତ୍ର ଜାରି କରନ୍ତୁ ସରକାର ବୋଲି ପ୍ରେସମିଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର । ଓଡ଼ିଶା ଧନୀ, ବିଜେଡି ଧନୀ କିନ୍ତୁ ଓଡ଼ିଆ ଦାଦନ । ଓଡ଼ିଆ ପୁଅ ଅନ୍ୟ ରାଜ୍ୟକୁ ଯାଇ ଦାଦନ ହୋଇ ଫେରୁଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଜାପାନ ଯାଇ ରିଲ ବନଉଛନ୍ତି । ଏହା ହେଉଛି ଆମ ଗଣତନ୍ତ୍ରର ବ୍ୟବସ୍ଥା । ଯିଏ ଶାସନରେ ଅଛି ସେ ଦେଢ଼ ମିଟର ଚାଲି ପାରୁନି । କିନ୍ତୁ ଦାଦନକୁ କହୁଛନ୍ତି ଦେଢ଼ ଶହ କିଲୋମିଟର ଚାଲ ।

ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମ ଏବଂ ଶ୍ରମ ମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଆଉ ଗଞ୍ଜାମରୁ ହିଁ ଅଧିକ ଲୋକେ ଦାଦନ ଯାଉଛନ୍ତି । ସମସ୍ତେ ଏହାର ଉତ୍ତର ରଖନ୍ତୁ । ଗଞ୍ଜାମ ଜିଲ୍ଲାରୁ ୫ ଲକ୍ଷ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଗତ ତିନି ମାସ ମଧ୍ୟରେ ୧୦ ରୁ ଉର୍ଦ୍ଧ୍ବ ଦାଦନଙ୍କ ମୃତ୍ୟୁ ହୋଇଛି । ଦାଦନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଚିନ୍ତିତ ନୁହନ୍ତି । ରାଜ୍ୟ ସରକାର ଜାଣିଶୁଣି ଦାଦନମାନଙ୍କର ପଞ୍ଜୀକରଣ କରୁ ନାହାନ୍ତି । କାରଣ ତାଙ୍କ ଅସଲ ଚେହେରା ପଦାରେ ପଡିଯିବ । ସରକାରଙ୍କ ବିଧାନସଭା ଉତ୍ତର କହୁଛି ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭ ପିଲା ପଞ୍ଜିକରଣ କରି ଚାକିରୀ ଅପେକ୍ଷାରେ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା