ଦାଦନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଚିନ୍ତିତ ନୁହନ୍ତି: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେଉଁ ରାଜ୍ୟରେ କେତେ ଓଡ଼ିଆ ପୁଅ ଦାଦନ ଖଟୁଛନ୍ତି ତାହାର ଏକ ଶ୍ୱେତପତ୍ର ଜାରି କରନ୍ତୁ ସରକାର ବୋଲି ପ୍ରେସମିଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର । ଓଡ଼ିଶା ଧନୀ, ବିଜେଡି ଧନୀ କିନ୍ତୁ ଓଡ଼ିଆ ଦାଦନ । ଓଡ଼ିଆ ପୁଅ ଅନ୍ୟ ରାଜ୍ୟକୁ ଯାଇ ଦାଦନ ହୋଇ ଫେରୁଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଜାପାନ ଯାଇ ରିଲ ବନଉଛନ୍ତି । ଏହା ହେଉଛି ଆମ ଗଣତନ୍ତ୍ରର ବ୍ୟବସ୍ଥା । ଯିଏ ଶାସନରେ ଅଛି ସେ ଦେଢ଼ ମିଟର ଚାଲି ପାରୁନି । କିନ୍ତୁ ଦାଦନକୁ କହୁଛନ୍ତି ଦେଢ଼ ଶହ କିଲୋମିଟର ଚାଲ ।

ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଞ୍ଜାମ ଏବଂ ଶ୍ରମ ମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଆଉ ଗଞ୍ଜାମରୁ ହିଁ ଅଧିକ ଲୋକେ ଦାଦନ ଯାଉଛନ୍ତି । ସମସ୍ତେ ଏହାର ଉତ୍ତର ରଖନ୍ତୁ । ଗଞ୍ଜାମ ଜିଲ୍ଲାରୁ ୫ ଲକ୍ଷ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଗତ ତିନି ମାସ ମଧ୍ୟରେ ୧୦ ରୁ ଉର୍ଦ୍ଧ୍ବ ଦାଦନଙ୍କ ମୃତ୍ୟୁ ହୋଇଛି । ଦାଦନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଚିନ୍ତିତ ନୁହନ୍ତି । ରାଜ୍ୟ ସରକାର ଜାଣିଶୁଣି ଦାଦନମାନଙ୍କର ପଞ୍ଜୀକରଣ କରୁ ନାହାନ୍ତି । କାରଣ ତାଙ୍କ ଅସଲ ଚେହେରା ପଦାରେ ପଡିଯିବ । ସରକାରଙ୍କ ବିଧାନସଭା ଉତ୍ତର କହୁଛି ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭ ପିଲା ପଞ୍ଜିକରଣ କରି ଚାକିରୀ ଅପେକ୍ଷାରେ ବସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’