Masthead

ରେକର୍ଡ କଲା “ଲୁଟ ଗୟେ’

ମୁମ୍ବାଇ (ବଡ ଖବର ବ୍ୟୁରୋ): ବର୍ତ୍ତମାନ ଟ୍ରେଣ୍ଡ କରୁଛି ମ୍ୟୁଜିକ ଭିଡିଓ ସଙ୍ଗ । ଦର୍ଶକଙ୍କୁ ବେସି ପସନ୍ଦ ଆସୁଛି ଭିଡିଓ ସଙ୍ଗ । ତେବେ ନିକଟରେ ବଲିଉଡ ଅଭିନେତା ଇମ୍ରାନ ହାସମିଙ୍କ ଏକ ମ୍ୟୁଜିକ ଲଞ୍ଚ କରିଥିଲା । ଯାହା ଏବେ ରେକର୍ଡ ସୃଷ୍ଟି କରିଛି । ତାହା ହେଉଛି “ଲୁଟ ଗୟ’ ସଙ୍ଗ । ରିଲିଜ୍ ହେବାର ପ୍ରାୟ ୬୦ ଦିନ ମଧ୍ୟରେ ଏହି ଗୀତକୁ ୫୦୦ ମିଲିୟନ ଲୋକ ଦେଖି ସାରିଲେଣି।ତେବେ ଏହି ଗୀତକୁ କଣ୍ଠଶିଳ୍ପୀ ଜୁବିନ୍ ନୌଟିୟାଲ ଗାଇଥିବା ବେଳେ ଇମ୍ରାନ ହାସମି ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । । ଉଭୟ ଜୁବିନ ଓ ଇମ୍ରାନ ଗୀତର ସଫଳତା ନେଇ ଖୁବ୍ ଖୁସି ଅଛନ୍ତି। ଦୁହେଁ ସାମାଜିକ ଗଣମାଧ୍ୟମରେ ନିଜ ଖୁସି ବ୍ୟକ୍ତ କରିଛନ୍ତି। ଜୁବିନ୍ ନୌଟିୟାଲ ଲେଖିଛନ୍ତି, “ଏହା ମୋ କ୍ୟାରିୟରର ସବୁଠାରୁ ଖାସ୍ ଗୀତ ମଧ୍ୟରୁ ଗୋଟିଏ। ‘ଲୁଟ୍ ଗୟେ’ ଏବେ ଆଉ ଏକ ରେକର୍ଡ଼ ସୃଷ୍ଟି କରିଛି। ଏହା ହେଉଛି ପ୍ରଥମ ହିନ୍ଦୀ ଗୀତ, ଯାହା ୟୁଟ୍ୟୁବରେ ୬୦ ଦିନରେ ୫୦୦ ମିଲିୟନ ଭିୟୁ ସଂଗ୍ରହ କରିଛି”।

ସେହିପରି ଇମ୍ରାନ ହାସମୀ ଲେଖିଛନ୍ତି,“ବାସ୍ତବରେ ଏହା ଗୌରବ ଓ ସମ୍ମାନର ସମୟ। ଏହି ପ୍ରସିଦ୍ଧ ଗୀତର ଏକ ଅଂଶ ହୋଇଥିବାରୁ ମୁଁ କୃତଜ୍ଞ”। ଏହି ଗୀତକୁ ଟି-ସିରିଜ୍ର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ କରାଯାଇଛି। ଏହାର କାହାଣୀକୁ ମଧ୍ୟ ଲୋକଙ୍କ ମନକୁ ଛୁଇଁଛି। କୁହାଯାଇଛି ଯେ ଏହି ଗୀତର କାହାଣି ଏକ ସତ୍ୟ ଘଟଣା ଉପରେ ଆଧାରିତ । ଯେଇଁଥିରେ ଇମ୍ରାନ ଜଣେ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ୟୁକ୍ତି ଥରେଜା। ତନିଷ୍କ ବାଗ୍ଚୀ ଏଥିରେ ସଙ୍ଗୀତ ଦେଇଛନ୍ତି। ମୁନୋଜ ମୁନ୍ତଶିର ଏହି ଗୀତ ଲେଖିଥିବା ବେଳେ ରାଧିକା ରାଓ ଓ ବିନୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଗୀତ ଉସ୍ତାଦ ନୁସରତ ଫତେହ ଅଲୀ ଖାନଙ୍କ ଗୀତ ‘ଆଁଖ ଉଠି ମୋହବତ ନେ’ର ରିମେକ୍ ଭର୍ସନ। ତେବେ ବର୍ତ୍ତମାନ ସୁଧା ଇମ୍ରାନଙ୍କ ଫିଲ୍ମ ହିଟ୍ ହେଉ କି ନହେଉ କିନ୍ତୁ ତାଙ୍କ ଅଭିନିତ ପ୍ରତେକ ଗୀତ ବକ୍ସ ଅଫିସରେ ହିଟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ