Masthead

ସବୁ ପ୍ରସଙ୍ଗକୁ ରାଜନୀତି କରିବାକୁ ଚେଷ୍ଟା କରୁଛି ବିଜେପି: ଲେନିନ ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପି ଯେଉଁପରି ସବୁ ପ୍ରସଙ୍ଗକୁ ରାଜନୀତି କରିବାକୁ ଚେଷ୍ଟା କରୁଛି, ତାକୁ ନିନ୍ଦା କରୁଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । କହିଛନ୍ତି ସେମାନେ ନିଯୁକ୍ତି କି ଅନ୍ୟ ପ୍ରସଙ୍ଗରେ କହିବା ସୈତାନର ବେଦ ପାଠ ପରି । ସେ କ’ଣ ଆଜି ଯାଏ ଉତ୍ତର ଦେଇ ପାରିଛନ୍ତି ତାଙ୍କ ଶାସିତ ରାଜ୍ୟରେ, ଆଜି ଏଠି ବସି କହୁଛନ୍ତି । ଏପରି ପ୍ରସଙ୍ଗ ଉପରେ ଯାହାର ତଦନ୍ତ ରାଜ୍ୟ ସରକାରଙ୍କ ଏଜେନସି କଲା । ତଦନ୍ତ କରୁଛନ୍ତି ଜଣେ ଏସ୍ପି ଯିଏ ଦୋଷୀ । ୯ ଜଣଙ୍କୁ ଧରା ବି ଗଲା । ଗଣମାଧ୍ୟମ ଆଗରେ ସେ କହିଲେ ଯେ ଦୋଷୀ ଧରା ପଡିଲେ, ଆଉ ଯିଏ ବାହାରେ ଅଛନ୍ତି ସେମାନଙ୍କୁ ଖୋଜା ଚାଲିଛି ।

ରାଜ୍ୟ ବିଜେପି ଭୟଭୀତ ହୋଇ, ଅତି ବ୍ୟଗ୍ରତା ସହ ଆଜି ରାଜନୀତି କରିବାକୁ ପଛାଇ ନାହିଁ । ଏତେ ଦିନ ଚୁପ କାହିଁକି ଥିଲେ । ସେମାନେ ପାଞ୍ଚ ଦିନ ଆଗରୁ ତତ୍ପର ହେବାର ଥିଲା । ରାଜ୍ୟ ସରକାର ତତ୍ପର ଅଛନ୍ତି କିପରି ସେମାନେ ନିଯୁକ୍ତି ପାଇବେ । ଖସଡ଼ା କହୁଛି ଯେ ଓଡ଼ିଶାରେ ନିଯୁକ୍ତି ସୁଯୋଗ ଜାତୀୟ ହାର ଠାରୁ ଭଲ । ଆମେ ଆଶ୍ଚର୍ୟ୍ୟ ଯେ ଆଜି ସକାଳୁ, ରାଜ୍ୟ ବିଜେପି ସକାଳୁ ଉଠି ରାଜନୀତି କରିବାକୁ ପଛାଉ ନାହିଁ । ରାଜ୍ୟ ବିଜେପି କ’ଣ ଚାହୁଁଛି । ରାଜ୍ୟ ବିଜେପି ଏପରି ଏକ ଦଳ ଯିଏ ଏମିତି ଆଭିମୁଖ୍ୟ ନେଉଛି ।

କର୍ଣ୍ଣାଟକରେ ଯେବେ ଅଭିଯୋଗ ଆସିଲା ଚାକିରୀ ପାଇଁ ମହିଳାଙ୍କୁ ଶୋଇବାକୁ ପଡିବ । ବ୍ୟାପମ, ପଟୱାରୀ କି ଉତ୍ତରାଖଣ୍ଡ ଉପରେ ତ ରାଜ୍ୟ ବିଜେପି କିଛି କହୁନି । ହେଲେ ଯେଉଁ ରାଜ୍ୟରେ ସ୍ୱଛତା ସହ ତଦନ୍ତକାରୀ ଏଜେନସି ଦୋଷୀକୁ ବାହାର କରି ଦଣ୍ଡ ଦେବେ । ପୁଣି ପରୀକ୍ଷା କରିବେ । ବିଜେପି ଜାଣିଶୁଣି ରାଜନୀତି କରୁଛି । ଆମର ବିଶ୍ୱାସ ରାଜ୍ୟ ବିଜେପିର ଗୋଟେ କନେକସନ ଥିବ । ତେଣୁ ସେମାନେ ଭୟଭୀତ । ତାକୁ ଲୁଚାଇବାକୁ ରାଜ୍ୟ ବିଜେପି ଏହି ହୀନ ଉଦ୍ୟମ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା