Masthead

ସବୁ ପ୍ରସଙ୍ଗକୁ ରାଜନୀତି କରିବାକୁ ଚେଷ୍ଟା କରୁଛି ବିଜେପି: ଲେନିନ ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପି ଯେଉଁପରି ସବୁ ପ୍ରସଙ୍ଗକୁ ରାଜନୀତି କରିବାକୁ ଚେଷ୍ଟା କରୁଛି, ତାକୁ ନିନ୍ଦା କରୁଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । କହିଛନ୍ତି ସେମାନେ ନିଯୁକ୍ତି କି ଅନ୍ୟ ପ୍ରସଙ୍ଗରେ କହିବା ସୈତାନର ବେଦ ପାଠ ପରି । ସେ କ’ଣ ଆଜି ଯାଏ ଉତ୍ତର ଦେଇ ପାରିଛନ୍ତି ତାଙ୍କ ଶାସିତ ରାଜ୍ୟରେ, ଆଜି ଏଠି ବସି କହୁଛନ୍ତି । ଏପରି ପ୍ରସଙ୍ଗ ଉପରେ ଯାହାର ତଦନ୍ତ ରାଜ୍ୟ ସରକାରଙ୍କ ଏଜେନସି କଲା । ତଦନ୍ତ କରୁଛନ୍ତି ଜଣେ ଏସ୍ପି ଯିଏ ଦୋଷୀ । ୯ ଜଣଙ୍କୁ ଧରା ବି ଗଲା । ଗଣମାଧ୍ୟମ ଆଗରେ ସେ କହିଲେ ଯେ ଦୋଷୀ ଧରା ପଡିଲେ, ଆଉ ଯିଏ ବାହାରେ ଅଛନ୍ତି ସେମାନଙ୍କୁ ଖୋଜା ଚାଲିଛି ।

ରାଜ୍ୟ ବିଜେପି ଭୟଭୀତ ହୋଇ, ଅତି ବ୍ୟଗ୍ରତା ସହ ଆଜି ରାଜନୀତି କରିବାକୁ ପଛାଇ ନାହିଁ । ଏତେ ଦିନ ଚୁପ କାହିଁକି ଥିଲେ । ସେମାନେ ପାଞ୍ଚ ଦିନ ଆଗରୁ ତତ୍ପର ହେବାର ଥିଲା । ରାଜ୍ୟ ସରକାର ତତ୍ପର ଅଛନ୍ତି କିପରି ସେମାନେ ନିଯୁକ୍ତି ପାଇବେ । ଖସଡ଼ା କହୁଛି ଯେ ଓଡ଼ିଶାରେ ନିଯୁକ୍ତି ସୁଯୋଗ ଜାତୀୟ ହାର ଠାରୁ ଭଲ । ଆମେ ଆଶ୍ଚର୍ୟ୍ୟ ଯେ ଆଜି ସକାଳୁ, ରାଜ୍ୟ ବିଜେପି ସକାଳୁ ଉଠି ରାଜନୀତି କରିବାକୁ ପଛାଉ ନାହିଁ । ରାଜ୍ୟ ବିଜେପି କ’ଣ ଚାହୁଁଛି । ରାଜ୍ୟ ବିଜେପି ଏପରି ଏକ ଦଳ ଯିଏ ଏମିତି ଆଭିମୁଖ୍ୟ ନେଉଛି ।

କର୍ଣ୍ଣାଟକରେ ଯେବେ ଅଭିଯୋଗ ଆସିଲା ଚାକିରୀ ପାଇଁ ମହିଳାଙ୍କୁ ଶୋଇବାକୁ ପଡିବ । ବ୍ୟାପମ, ପଟୱାରୀ କି ଉତ୍ତରାଖଣ୍ଡ ଉପରେ ତ ରାଜ୍ୟ ବିଜେପି କିଛି କହୁନି । ହେଲେ ଯେଉଁ ରାଜ୍ୟରେ ସ୍ୱଛତା ସହ ତଦନ୍ତକାରୀ ଏଜେନସି ଦୋଷୀକୁ ବାହାର କରି ଦଣ୍ଡ ଦେବେ । ପୁଣି ପରୀକ୍ଷା କରିବେ । ବିଜେପି ଜାଣିଶୁଣି ରାଜନୀତି କରୁଛି । ଆମର ବିଶ୍ୱାସ ରାଜ୍ୟ ବିଜେପିର ଗୋଟେ କନେକସନ ଥିବ । ତେଣୁ ସେମାନେ ଭୟଭୀତ । ତାକୁ ଲୁଚାଇବାକୁ ରାଜ୍ୟ ବିଜେପି ଏହି ହୀନ ଉଦ୍ୟମ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ