ଜନସମ୍ପର୍କ ଅଭିଯାନ ଜାରି ରଖିବ ବିଜେପି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେପି ଜାରି ରଖିବ ଜନ ସମ୍ପର୍କ ଅଭିଯାନ । ରାଜ୍ୟର ପ୍ରତି ଘରେ ପହଞ୍ଚିବା ପର୍ୟ୍ୟନ୍ତ ଅଭିଯାନ ଚଲେଇ ରଖିବ ଦଳ । ବିଭିନ୍ନ ନିର୍ବାଚନମଣ୍ଡଳୀରେ ଲୋକଙ୍କର ବ୍ୟାପକ ସମସ୍ୟା ଅଛି । ବିଜେଡି ସରକାର ଦ୍ଵାରା ଲୋକ ପ୍ରପୀଡ଼ିତ ହୋଇଛନ୍ତି । ତେଣୁ ଜନ ସମ୍ପର୍କ ଅଭିଯାନ ଚାଲୁ ରଖିବା ପାଇଁ ଦଳ ଅନୁଭବ କରିଛି । କ୍ରମାଗତ ଭାବେ ଲୋକଙ୍କ ପାଖକୁ ଯିବା, ଅସୁବିଧା ସୁବିଧା ଜାଣିବା ଏବଂ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସରକାରଙ୍କ ପ୍ରତାରଣାର ଅନୁଧ୍ୟାନ କରିବା ଭଳି କାର୍ୟ୍ୟ ଜାରି ରହିବ । ଏ ସରକାରରେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ଭଳି କେହି ନାହିଁ । ସେଭଳି ଏକ ସ୍ଥିତି ରାଜ୍ୟରେ ସୃଷ୍ଟି ହୋଇଛି । ଲୋକ ଭୟଙ୍କର ସ୍ଥିତିରେ ଅଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ତାଗିଦା କରିବ ବିଜେପି । ଯେଉଁ ଯୋଗ୍ୟ ଲୋକଙ୍କ ନାଆଁ ତାଲିକାରେ ଥିଲା । ସେମାନଙ୍କ ନାଆଁ ଏବେ କାର୍ୟ୍ୟାଦେଶ ଦେଲା ବେଳେ କାଟିବା ଆରମ୍ଭ କରିଛନ୍ତି । ତେଣୁ ଏ କଥାର ମଧ୍ୟ ହିସାବ ନିକାଶ କରିବାର ଆବଶ୍ୟକତା ଅଛି । ସାଧାରଣ ଲୋକଙ୍କ ସମସ୍ୟା ବୁଝିବାକୁ କାହା ପାଖରେ ସମୟ ନାହିଁ । ବିଜେଡି ନେତା ମାନେ କେମିତି ଗଣ୍ଠିଲିରେ ପଇସା ବାନ୍ଧିବେ ସେ କାମରେ ବ୍ୟସ୍ତ ରହିଛନ୍ତି । ଏ ସବୁ କଥାକୁ ନେଇ ଜନ ସଂପର୍କ ଅଭିଯାନ କ୍ରମାଗତ ଭାବେ ଚାଲିବ । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକର ସଫଳତା ଏବଂ ଲୋକଙ୍କ ପାଖରେ କେମିତି ପହଞ୍ଚିଛି ଯୋଜନା । ସେ ସବୁ ବିଷୟରେ ଚର୍ଚ୍ଚା ଆଲୋଚନା କରିବା ଭିତରେ ଲୋକ ସଚେତନ ଥିବା ଜଣା ପଡିଛି, ଯେ ଏ ସବୁ ଯୋଜନା ମୋଦି ସରକାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ