Masthead

ଜନସମ୍ପର୍କ ଅଭିଯାନ ଜାରି ରଖିବ ବିଜେପି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେପି ଜାରି ରଖିବ ଜନ ସମ୍ପର୍କ ଅଭିଯାନ । ରାଜ୍ୟର ପ୍ରତି ଘରେ ପହଞ୍ଚିବା ପର୍ୟ୍ୟନ୍ତ ଅଭିଯାନ ଚଲେଇ ରଖିବ ଦଳ । ବିଭିନ୍ନ ନିର୍ବାଚନମଣ୍ଡଳୀରେ ଲୋକଙ୍କର ବ୍ୟାପକ ସମସ୍ୟା ଅଛି । ବିଜେଡି ସରକାର ଦ୍ଵାରା ଲୋକ ପ୍ରପୀଡ଼ିତ ହୋଇଛନ୍ତି । ତେଣୁ ଜନ ସମ୍ପର୍କ ଅଭିଯାନ ଚାଲୁ ରଖିବା ପାଇଁ ଦଳ ଅନୁଭବ କରିଛି । କ୍ରମାଗତ ଭାବେ ଲୋକଙ୍କ ପାଖକୁ ଯିବା, ଅସୁବିଧା ସୁବିଧା ଜାଣିବା ଏବଂ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସରକାରଙ୍କ ପ୍ରତାରଣାର ଅନୁଧ୍ୟାନ କରିବା ଭଳି କାର୍ୟ୍ୟ ଜାରି ରହିବ । ଏ ସରକାରରେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ଭଳି କେହି ନାହିଁ । ସେଭଳି ଏକ ସ୍ଥିତି ରାଜ୍ୟରେ ସୃଷ୍ଟି ହୋଇଛି । ଲୋକ ଭୟଙ୍କର ସ୍ଥିତିରେ ଅଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ତାଗିଦା କରିବ ବିଜେପି । ଯେଉଁ ଯୋଗ୍ୟ ଲୋକଙ୍କ ନାଆଁ ତାଲିକାରେ ଥିଲା । ସେମାନଙ୍କ ନାଆଁ ଏବେ କାର୍ୟ୍ୟାଦେଶ ଦେଲା ବେଳେ କାଟିବା ଆରମ୍ଭ କରିଛନ୍ତି । ତେଣୁ ଏ କଥାର ମଧ୍ୟ ହିସାବ ନିକାଶ କରିବାର ଆବଶ୍ୟକତା ଅଛି । ସାଧାରଣ ଲୋକଙ୍କ ସମସ୍ୟା ବୁଝିବାକୁ କାହା ପାଖରେ ସମୟ ନାହିଁ । ବିଜେଡି ନେତା ମାନେ କେମିତି ଗଣ୍ଠିଲିରେ ପଇସା ବାନ୍ଧିବେ ସେ କାମରେ ବ୍ୟସ୍ତ ରହିଛନ୍ତି । ଏ ସବୁ କଥାକୁ ନେଇ ଜନ ସଂପର୍କ ଅଭିଯାନ କ୍ରମାଗତ ଭାବେ ଚାଲିବ । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକର ସଫଳତା ଏବଂ ଲୋକଙ୍କ ପାଖରେ କେମିତି ପହଞ୍ଚିଛି ଯୋଜନା । ସେ ସବୁ ବିଷୟରେ ଚର୍ଚ୍ଚା ଆଲୋଚନା କରିବା ଭିତରେ ଲୋକ ସଚେତନ ଥିବା ଜଣା ପଡିଛି, ଯେ ଏ ସବୁ ଯୋଜନା ମୋଦି ସରକାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ