ବିଜେପି ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବ : ମନମୋହନ ସାମଲ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲା ଚାନ୍ଦବାଲି ବିଜୁସ୍ମୃତିଠାରେ ଶନିବାର ବିଜେପି ପକ୍ଷରୁ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଆୟୋଜନ କରାଯାଇଥିଲା ରଜ ମହୋତ୍ସବ କାର୍ଯ୍ୟକ୍ରମ । ଜିଲା ସମ୍ପାଦକ କମଳାକାନ୍ତ ସୁତାର ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ନିର୍ବାଚନମଣ୍ଡଳିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇଥିଲେ । ନିର୍ବାଚନର ହାରିବା ପରେ ଏହା ଥିଲା ତାଙ୍କର ପ୍ରଥମ ଚାନ୍ଦବାଲି ଗସ୍ତ ।

କାର୍ଯ୍ୟକ୍ରମ ଶେଷରେ ଶ୍ରୀ ସାମଲ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଦଳରେ ରହି ଯେ ଲୋକଙ୍କଠାରୁ ପିସି ନେବ କିମ୍ବା ଯେଉଁ ଲୋକ ଭତ୍ତା, ଆବାସ, ରାସନକାର୍ଡ ବା ଯେକୌଣସି ସରକାରୀ କାମ ପାଇଁ ଟଙ୍କା ଦେବ ଉଭୟ ଦଳରୁ ବିଦା ହେବେ । ଓଡ଼ିଶାର ବିଜେପି ସରକାର ହୋଇଛି । ସାଧାରଣ ଲୋକଙ୍କ ସରକାର ବିଜେଡି ତରିକା ଏଠି ଚଳିବ ନାହିଁ । ଲୋକଙ୍କ କାମ ସୁବିଧାରେ ମାଗଣାରେ ହେବ । ରାଜ୍ୟ ସରକାରଙ୍କ ସୁବିଧା ଖାଲି ଆମ ଦଳ ପାଇଁ ନୁହେଁ ସବୁ ଦଳ ପାଇଁ । ନିର୍ବାଚନରେ ବିଜେପି ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବ । ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲିଲୁ । ଚାଷୀର ଧାନ ଏବେ ଚାଷୀ ୩୧୦୦ ଟଙ୍କା ବିକିବ । ସୁଭଦ୍ରା ଯୋଜନାରେ ମହିଳାମାନେ ଲାଭ ପାଇବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ