Masthead

ବ୍ଲକ ପାଲଟିଛି ଦୁର୍ନୀତିର ଗନ୍ତାଘର

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ) ବ୍ଲକ ପାଲଟିଛି ଦୁର୍ନୀତିର ଗନ୍ତାଘର । ଯାହାକୁ ନେଇ ଜାତୀୟ କଂଗ୍ରେସ ପକ୍ଷରୁ ରାଜ୍ୟ ବ୍ୟାପି ବ୍ଲକ ଘେରାଉ କରାଯାଉଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଏକ ପ୍ରମୁଖ ବ୍ଲକ ଭାବରେ ପରିଚିତ ହୋଇଥିଲେ ମଧ୍ୟ ଏଠାରେ ଦୁର୍ନୀତି ଚରମସୀମାରେ ପହଁଚିଛି । ବ୍ଲକ ରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି ସହିତ ବିଭିନ୍ନ ଯୋଜନାରେ ଦୁର୍ନୀତି ର ଗନ୍ଧ ସ୍ପଷ୍ଟ ବାରି ହୋଇଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଛି । ଏହା ସହିତ ମଧୁବାବୁ ପେନସନ ଯୋଜନାରେ ମଧୁବାବୁଙ୍କ ଫଟୋ ନାହିଁ, ଯାହାକୁ ନେଇ କଂଗ୍ରେସ ବିରୋଧ କରିବା ସହିତ ଏ ନେଇ ହାଇକୋର୍ଟ ର ଦ୍ୱାରସ୍ଥ ହେବାନେଇ କଂଗ୍ରେସ କର୍ମୀମାନେ ଚେତାବନୀ ଦେଇଛନ୍ତି । ଯାହାକୁ ନେଇ କୁଜଙ୍ଗ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ କରିବା ସହିତ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା କୁ ନେଇ କରାଯାଇଥିବା ଦାବି ଗୁଡିକୁ ଯଦି ସମାଧାନ କରାନଯାଏ ଓ ବ୍ଲକ ସ୍ତରରେ ପିସି କାରବାର ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ରାଜରାସ୍ତା କୁ ଓହ୍ଲାଇ ଆନ୍ଦୋଳନକୁ ଜୋରଦାର କରିବା ନେଇ କୁଜଙ୍ଗ ବ୍ଲକ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ