Masthead

ବ୍ଲକ ପାଲଟିଛି ଦୁର୍ନୀତିର ଗନ୍ତାଘର

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ) ବ୍ଲକ ପାଲଟିଛି ଦୁର୍ନୀତିର ଗନ୍ତାଘର । ଯାହାକୁ ନେଇ ଜାତୀୟ କଂଗ୍ରେସ ପକ୍ଷରୁ ରାଜ୍ୟ ବ୍ୟାପି ବ୍ଲକ ଘେରାଉ କରାଯାଉଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଏକ ପ୍ରମୁଖ ବ୍ଲକ ଭାବରେ ପରିଚିତ ହୋଇଥିଲେ ମଧ୍ୟ ଏଠାରେ ଦୁର୍ନୀତି ଚରମସୀମାରେ ପହଁଚିଛି । ବ୍ଲକ ରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି ସହିତ ବିଭିନ୍ନ ଯୋଜନାରେ ଦୁର୍ନୀତି ର ଗନ୍ଧ ସ୍ପଷ୍ଟ ବାରି ହୋଇଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଛି । ଏହା ସହିତ ମଧୁବାବୁ ପେନସନ ଯୋଜନାରେ ମଧୁବାବୁଙ୍କ ଫଟୋ ନାହିଁ, ଯାହାକୁ ନେଇ କଂଗ୍ରେସ ବିରୋଧ କରିବା ସହିତ ଏ ନେଇ ହାଇକୋର୍ଟ ର ଦ୍ୱାରସ୍ଥ ହେବାନେଇ କଂଗ୍ରେସ କର୍ମୀମାନେ ଚେତାବନୀ ଦେଇଛନ୍ତି । ଯାହାକୁ ନେଇ କୁଜଙ୍ଗ କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ କରିବା ସହିତ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା କୁ ନେଇ କରାଯାଇଥିବା ଦାବି ଗୁଡିକୁ ଯଦି ସମାଧାନ କରାନଯାଏ ଓ ବ୍ଲକ ସ୍ତରରେ ପିସି କାରବାର ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ରାଜରାସ୍ତା କୁ ଓହ୍ଲାଇ ଆନ୍ଦୋଳନକୁ ଜୋରଦାର କରିବା ନେଇ କୁଜଙ୍ଗ ବ୍ଲକ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାରେ ଥଣ୍ଡାର ଥାର୍ଡ ଡିଗ୍ରୀ 🔴 ନୂଆ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ନିର୍ଦ୍ଦେଶନାମା 🔴 ନୂଆବର୍ଷରୁ ମହଙ୍ଗା ହେଲା LPG ସିଲିଣ୍ଡର ଦର 🔴 ରାଜଧାନୀରେ ରାସ୍ତା ଗାଏବ 🔴 ଚୋରା ମଦ ବିକ୍ରିକୁ ବିରୋଧ, ରାସ୍ତାରେ ବସିଲେ ମହିଳା 🔴 ଶ୍ରୀମନ୍ଦିର କ୍ୟାଲେଣ୍ଡେର ତ୍ରୁଟି 🔴 ଆଜିଠୁ ପୁଣି ବଢିପାରେ ଶୀତ 🔴 ସକାଳୁ ସକାଳୁ ଆକ୍ସନ ମୋଡରେ ଭିଜିଲାନ୍ସ 🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ 🔴 ଓଡ଼ିଶାରେ ଥଣ୍ଡାର ଥାର୍ଡ ଡିଗ୍ରୀ 🔴 ନୂଆ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୫ ନିର୍ଦ୍ଦେଶନାମା 🔴 ନୂଆବର୍ଷରୁ ମହଙ୍ଗା ହେଲା LPG ସିଲିଣ୍ଡର ଦର 🔴 ରାଜଧାନୀରେ ରାସ୍ତା ଗାଏବ 🔴 ଚୋରା ମଦ ବିକ୍ରିକୁ ବିରୋଧ, ରାସ୍ତାରେ ବସିଲେ ମହିଳା 🔴 ଶ୍ରୀମନ୍ଦିର କ୍ୟାଲେଣ୍ଡେର ତ୍ରୁଟି 🔴 ଆଜିଠୁ ପୁଣି ବଢିପାରେ ଶୀତ 🔴 ସକାଳୁ ସକାଳୁ ଆକ୍ସନ ମୋଡରେ ଭିଜିଲାନ୍ସ 🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ