Masthead

ହିଲ୍‌ ଷ୍ଟେସନଗୁଡ଼ିକରେ କୋଭିଡ ନିୟମକୁ ଫୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ ): ପୂର୍ବୋତ୍ତର ରାଜ୍ୟର ୮ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି କରୋନାର ତୃତୀୟ ଲହରକୁ ରୋକିବା ଆମ ଦାୟିତ୍ୱ । ଆମକୁ କରୋନା ଭାଇରସ୍ ସବୁ ପ୍ରକାର ଭ୍ୟାରିଆଣ୍ଟ ଉପରେ ନଜର ରଖିବାକୁ ହେବ । ଭୂତାଣୁର ମ୍ୟୁଟେସନ୍ ପରେ ଏହା କେତେ ପ୍ରଭାବି ବିଶେଷଜ୍ଞ ଲଗାତାର ଅଧ୍ୟୟନ ଜାରି ରଖିଛନ୍ତି । ଏଭଳି ସମୟରେ ସତର୍କତା ଅତ୍ୟନ୍ତ ଜରୁରୀ ।

ସେ ଆହୁରି କହିଛନ୍ତି ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ହିଲ୍‌ ଷ୍ଟେସନଗୁଡ଼ିକରେ ଲୋକେ ବିନା ମାସ୍କରେ ବୁଲୁଥିବାରୁ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘ସମସ୍ତଙ୍କୁ ଟିକା-ମାଗଣା ଟିକା ଅଭିଯାନ’କୁ ନର୍ଥ ଇଷ୍ଟ ରାଜ୍ୟଗୁଡ଼ିକରେ ଜୋରଦାର କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ପୂର୍ବୋତ୍ତର ରାଜ୍ୟଗୁଡ଼ିକର କରୋନା ସ୍ଥିତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆମକୁ ଟେଷ୍ଟିଂ ଏବଂ ଟ୍ରିଟମେଣ୍ଟ ସହ ଜଡ଼ିତ ଭିତ୍ତିଭୂମିକୁ ସୁଧାର ଆଣିବାକୁ ପଡ଼ିବ । ଏ ନେଇ ନିକଟରେ କ୍ୟାବିନେଟ୍ ମଧ୍ୟ ୨୩ ହଜାର କୋଟି ଟଙ୍କାର ପ୍ୟାକେଜ ମଞ୍ଜୁର କରିଛନ୍ତି । ସମସ୍ତ ରାଜ୍ୟ ଏହି ପ୍ୟାକେଜ ଦ୍ୱାରା ନିଜ ହେଲଥ ସେକ୍ଟରକୁ ଡେଭଲପ୍ କରିବାକୁ ପଡ଼ିବ । ଏଥିସହିତ ଶିଶୁ ସୁରକ୍ଷା ସହିତ ଜଡ଼ିତ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା