ରଜନୀକାନ୍ତ ପାଇବେ ଦାଦାସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ ): ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ । ଏନେଇ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ଜାଭଡେକର କହିଛନ୍ତି ଯେ, ରଜନୀକାନ୍ତ ୨୦୧୯ ଦାଦାସାହେବ ଫାଲକେ ପୁରସ୍କାର ପାଇବେ। ସେଥିପାଇଁ ‘ମୁଁ ବହୁତ ଖୁସି’। ୫ ଜଣ ସଦସ୍ୟ ଆଶା ଭୋଁସଲେ, ସୁଭାଷ ଘାଇ, ମୋହନ ଲାଲ, ଶଙ୍କର ମହାଦେବନ ଏବଂ ବିଶ୍ୱଜିତ ଚାଟାର୍ଜୀଙ୍କୁ ନେଇ ଗଠିତ ପ୍ୟାନେଲ ସର୍ବସମ୍ମତି କ୍ରମେ ରଜନୀକାନ୍ତଙ୍କ ପାଇଁ ଏହି ପୁରସ୍କାର ସୁପାରିଶ କରିଛନ୍ତି।

୫୧ତମ ଦାଦା ସାହେବ ଫାଲକେ ପୁରସ୍କାର ୩ ମେ’ରେ ୭୧ ବର୍ଷୀୟ ରଜନୀକାନ୍ତଙ୍କୁ ଦିଆଯିବ । ୧୯୬୯ରେ ଆରମ୍ଭ ହୋଇଥିଲା ଏହି ପୁରସ୍କାର। ହିନ୍ଦୀ ଫିଲ୍ମ ଦୁନିଆର ଗଡ ଫାଦର ବା ଭୀଷ୍ମ ପିତାମହ କୁହାଯାଉଥିବା ଦାଦାସାହେବ ଫାଲକେଙ୍କ ନାମରେ ଏହି ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଏ। ଯିଏ ଏହି ପୁରସ୍କାର ପାଆନ୍ତି ତାଙ୍କୁ କେନ୍ଦ୍ର ସରକାର ସ୍ବର୍ଣ୍ଣ କମଳ ସହ ନଗଦ ଦଶ ଲକ୍ଷ ଟଙ୍କା ପ୍ରଦାନ କରିଥାନ୍ତି । ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହୋଇଥାଏ ଏକ ବର୍ଣ୍ଣାଢ୍ୟ ଉତ୍ସବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ