Masthead

ବୋମା ଆତଙ୍କ, ଏମରଜେନ୍ସି ଡୋରରୁ ଡେଇଁଲେ ଯାତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିମାନରେ ବୋମା ଧମକ। ଦିଲ୍ଲୀ-ବାରଣାସୀ ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଧମକ ମିଳିଛି। ସକାଳ ୫ଟା ୩୫ ମିନିଟରେ ଦିଲ୍ଲୀ ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ବିମାନ ଉଡ଼ାଣ କରିବାର କିଛି ସମୟ ପୂର୍ବରୁ ବୋମା ଥିବା ନେଇ ଖବର ମିଳିଥିଲା। ଏହାପରେ ସମସ୍ତ ଯାତ୍ରୀଙ୍କୁ ଏମର୍ଜେନ୍ସି ଗେଟ୍ ଦେଇ ସୁରକ୍ଷିତ ଭାବରେ ବାହାରକୁ ଅଣାଯାଇଥିଲା।ଏହା ପରେ ତୁରନ୍ତ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଇଛି ।

ଘଟଣାସ୍ଥଳରେ ଏଭିଏସନ୍ ସିକ୍ୟୁରିଟ. ଡଗ୍ ସ୍କ୍ୱାର୍ଡ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । କିଛି ଯାତ୍ରୀ ଏମରଜେନ୍ସି ଗେଟ୍ ଓ କିଛି ଯାତ୍ରୀ ୱିଣ୍ଡୋ ପଟେ ବାହାରକୁ ପଳାଇ ଆସିଥିଲେ । ସକାଳ ୫ଟା ୩୫ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବିମାନକୁ ବୋମା ଧମକ ଖବର ମିଳିଥିଲା । ଏହା ପରେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲା କ୍ୱିକ୍ ରେସପନ୍ସ ଟିମ୍ ।

ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିଲା । ବିମାନକୁ ଯାଂଚ କରିବା ପାଇଁ ଏକ ଖାଲି ସ୍ଥାନକୁ ନିଆଯାଇଛି । ସୂଚନା ଅନୁସାରେ ଇଣ୍ଡିଗୋ ବିମାନଟି ଦିଲ୍ଲୀରୁ ବାରଣାସୀ ଯିବା ପାଇଁ ପ୍ରସ୍ତୁତ ହେଉଥିଲା । ଏହି ସମୟରେ ଗୋଏଲେଟରେ ଏକ ନୋଟ୍ ମିଳିଥିଲା । ଯେଉଁଥିରେ ବୋମା ବୋଲି ଲେଖାଯାଇଥିଲା । ଫଳରେ ବିମାନରେ ହଇଚଇ ସୃଷ୍ଟି ହୋଇଥିଲା ।

CISF ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିମାନର ଶୌଚାଳୟରୁ ‘ବୋମା’ ଲେଖାଯାଇଥିବା ଏକ ଟିସୁ ପେପର ମିଳିଥିଲା। ତୁରନ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛିଲା। ମାତ୍ର ଏହା ଏକ ଗୁଜବ ପରି ମନେହଉଥିଲା। ତେବେ ବିମାନର ଯାଞ୍ଚ ପାଇଁ ବିମାନ ଚଳାଚଳ ସୁରକ୍ଷା ଟିମ୍‌ ଏବଂ ଏକ ବୋମା ନିଷ୍କାସନକାରୀ ଟିମ୍‌ ଉପସ୍ଥିତ ଅଛନ୍ତି।

ଯାଞ୍ଚ ପାଇଁ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଛି ବିମାନ। ଘଟଣାସ୍ଥଳରେ ପହଞ୍ଚିଛି କୁଇକ୍ ରିଆକ୍ସନ ଟିମ୍। ସେହିପରି ବିମାନ ଚଳାଚଳ ସୁରକ୍ଷା ଓ ବୋମା ନିଷ୍କ୍ରିୟକାରୀ ଟିମ୍ ବି ଘଟଣାସ୍ଥଳରେ ଅଛନ୍ତି। ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ସାମଗ୍ରୀ ବି ବିମାନ ଭିତରୁ ମିଳିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି