Masthead

କାହା ଛତ୍ରଛାୟା ତଳେ ବନ୍ତ କନଷ୍ଟେବଲ ?

ବନ୍ତ, (ବଡ଼ ଖବର ବ୍ୟୁରୋ): ବଦଳିକୁ ୨ ମାସ ବିତିଗଲାଣି । ତଥାପି ଥାନା ଛାଡୁନାହାନ୍ତି କନଷ୍ଟେବଲ । ଭଦ୍ରକ ଜିଲ୍ଲା ବନ୍ତ ଥାନାରେ ଥିବା ଜନୈକ କନଷ୍ଟେବଲଙ୍କ ବଦଳି ଆଦେଶ ପରେବି ଥାନା ଛାଡ଼ିବାକୁ ମନ ବଳାଉନାହାନ୍ତି ଏହି ବାବୁ ଜଣଙ୍କ। ଗତ ଅଗଷ୍ଟ ୧୨ ତାରିଖରେ ବଦଳି ହୋଇଥିଲେ ମଧ୍ୟ ରିଲିଭି ନହେବା ନେଇ ସାଧାରଣରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଥାଉକି, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଦେଶନାମା ୧୭୯୯/ଆର-୧୨ ଅଗଷ୍ଟ ୨୦୨୦ ରିଖରେ ଜିଲ୍ଲା ର ୪ ଜଣ କନଷ୍ଟେବଲଙ୍କର ଅନ୍ୟତ୍ର ବଦଳି ହୋଇଥିଲା। ଏଥି ମଧ୍ୟରେ ବନ୍ତ ଥାନାର କନଷ୍ଟେବଲ ନୀଳମାଧବ ରାଉତଙ୍କର ବାସୁଦେବପୁର କୋର୍ଟ କୁ ବଦଳି ହୋଇଥିଲା।

ବଦଳି କର୍ମଚାରୀମାନଙ୍କୁ ନୂତନ ସ୍ଥାନରେ ତୁରନ୍ତ ଯୋଗଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ହୋଇଥିଲା, ମାତ୍ର ଏହା ମଧ୍ୟରେ ୨ ମାସ ବିତିଯାଇଥିଲେ ମଧ୍ୟ ବନ୍ତ ଥାନାର ସମ୍ପୃକ୍ତ କନଷ୍ଟେବଲ ନୀଳମାଧବ ରାଉତ ଅଦ୍ୟାବଧି ଉକ୍ତ ଥାନାରୁ ରିଲିଭ୍ ହେଉନାହାନ୍ତି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କୁ ଜାଣିଶୁଣି ଅବମାନନା କରାଯାଉଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନଥିବା ସାଧାରଣରେ ଅଭିଯୋଗ ହେଉଛି। ସଂପୃକ୍ତ କନଷ୍ଟେବଲ କାହା ଇଙ୍ଗିତରେ ଅଦ୍ୟାବଧି ରିଲିଭ ହେଉନାହାଁନ୍ତି ସେ ନେଇ ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି। ଯେତେ ସମ୍ଭବ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର୍ ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି