Masthead

ସୀମା ବିବାଦ ନେଉଛି ବିଦ୍ରୋହର ରୂପ

ଗଜପତି (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ଆନ୍ଧ୍ର-ଓଡିଶା ସୀମାକୁ ନେଇ ଲାଗି ରହିଥିବା ବିବାଦ ଏବେ ବିଦ୍ରୋହର ରୂପ ନେଇଛି । ଗଜପତି ସୀମାନ୍ତର ଆଦିବାସୀ ଏବେ ଜିଲ୍ଲା ପ୍ରଶାସନର ସ୍ଥାଣୁତା ବିରୋଧରେ ଆନ୍ଦୋଳନ କରିବାକୁ ଏକଜୁଟ ହେଉଛନ୍ତି । ଆସନ୍ତା ୨୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସୀମାନ୍ତ ଗାଁର ଆଦିବାସୀ ଚେତାବନୀ ଦେଇଛନ୍ତି ।

ଗଙ୍ଗାବାଡ ପଂଚାୟତ କାର୍ଯ୍ୟାଳୟ ନିକଟରେ ସୀମା ବିବାଦ ଥିବା ୭ଟି ଗାଁର ଜନପ୍ରତିନିଧି ଏକାଠି ହୋଇ ଆନ୍ଧ୍ର ସରକାରଙ୍କ ଦମନ ଲୀଳା ଓ ଗଜପତି ପ୍ରଶାସନ ନିରବତାକୁ ବିରୋଧ କରିଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୨୦ ତାରିଖରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ । ସେମାନଙ୍କ ମୁଖ୍ୟ ଦାବି ହେଲା ଅଂଚଳର ବିକାଶ, ଆନ୍ଧ୍ର ପୁଲିସ ଦ୍ୱାରା ଜନପ୍ରତିନିଧିଙ୍କ ବିରୋଧରେ ରୁଜୁ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଓ ସୀମା ବିବାଦର ସ୍ଥାୟୀ ସମାଧାନ ।

ଗତ ମାସରେ ଗଜପତି ଜିଲ୍ଲା ମାଣିକପାଟଣା ଗାଁର ଅଙ୍ଗନୱାଡି କେନ୍ଦ୍ର ଉଚ୍ଛେଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତେଜିଛି । ଗତ ୯ ତାରିଖରେ ଆନ୍ଧ୍ର ମନ୍ତ୍ରୀଙ୍କ ଅଶାଳୀନ ବ୍ୟବହାର ଓ ଜନପ୍ରତିନିଧିଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ପରେ ଗଜପତି ପ୍ରଶାସନ ଚୁପ ହୋଇ ବସିଛି । ପ୍ରଶାସନର ଏହି ସ୍ଥାଣୁତାକୁ ନେଇ ଏବେ ପ୍ରଶାସନ ବିରୋଧରେ ଏକଜୁଟ ହେଉଛନ୍ତି ସୀମାନ୍ତ ଅଂଚଳର ଆଦିବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି