Masthead

ପୁଣି ଚର୍ଚ୍ଚାରେ ଦିଗପହଣ୍ଡି, ନିର୍ବାଚନ ପାଇଁ ତନ୍ତ୍ରପୂଜା

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ଦିଗପହଣ୍ଡି । ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନକୁ ନେଇ ବେଶ୍ କିଛିଦିନ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ରାଜନୈତିକ ହଇଚଇ ଲାଗିରହିଛି । ଏହାରି ମଧ୍ୟରେ ଏବେ ତନ୍ତ୍ରବିଦ୍ୟା ପ୍ରସଙ୍ଗ । ରାଜନେତାମାନେ ଦେବଦେବୀଙ୍କ ମନ୍ଦିରରେ ପୂଜାପାଠ କରି ରାଜନୀତିର ରଣକ୍ଷେତ୍ରକୁ ଓହ୍ଲାଉଥିବା ପୂର୍ବରୁ ଦେଖିବାକୁ ମିଳିଛି । ହେଲେ ବର୍ତ୍ତମାନର ଯୁଗରେ ଗଞ୍ଜାମ ଜିଲ୍ଲା ରାଜନୀତିରେ ଦେଖିବାକୁ ମିଳିଛି ତନ୍ତ୍ରବିଦ୍ୟା ପ୍ରତି ଭରସା। ଦିଗପହଣ୍ଡି-ସାନଖେମୁଣ୍ଡି ସୀମା ଅଁଳାଗୁଡ଼ା ନିକଟବର୍ତ୍ତୀ ଏକ ଜଙ୍ଗଲ ରାସ୍ତାରେ ତନ୍ତ୍ରବିଦ୍ୟା ହୋଇଥିବା ଫଟୋ ଭିଡିଓ ଭାଇରାଲ୍ ହେଉଛି। ଏଠାରେ କିଛି ରାଜନୈତିକ ବ୍ୟକ୍ତିଙ୍କ ଫଟୋ ଚିରି ଫୋପଡ଼ା ଯାଇଛି ।

ମାଛ ବଳି ମଧ୍ୟ ଦିଆଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି। କିଏ ଓ କାହିଁକି ଜଙ୍ଗଲ ରାସ୍ତାରେ ଏଭଳି ପୂଜାପାଠ କରୁଥିଲେ ତାହା ସ୍ପଷ୍ଟ ହେଉ ନ ଥିବାବେଳେ ତନ୍ତ୍ରବିଦ୍ୟା ଭିଡିଓ ଭାଇରଲ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି। ଜଙ୍ଗଲ ରାସ୍ତାରେ ଏକ ବଟବୃକ୍ଷ ମୂଳରେ ପୂଜାର୍ଚ୍ଚନା କରାଯାଇଛି । ନାଲି ଓ କଳା କପଡ଼ା, ମାଛ, ସିନ୍ଦୁର, ଚାଉଳ, ଫୁଲ, ହଳଦୀ, ମଦ, ଦୀପ, ଧୂପ ଓ ଆଳତି କର୍ପୂର ପଡିଥିାବା ଦେଖିବାକୁ ମିଳିଛି। ସେଠାରେ ଦିଗପହଣ୍ଡି ବିଧାୟକ ସ୍ଵର୍ଗତ ସୂର୍ୟ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର, ସୂର୍ୟ୍ୟ ପାତ୍ରଙ୍କ ବ୍ୟକ୍ତିଗତ ସହାୟକ ଥିବା ସିଏଚ୍ ସୀମାଦ୍ରି ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରେଡ୍ଡୀଙ୍କ ଫଟୋ ପୂଜା କରି ଚିରି ଫୋପଡ଼ା ଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ