Masthead

ଚାଲିଗଲେ ରସାନନ୍ଦ, ଜାନକୀଙ୍କ ପାଇଁ ଛାଡିଥିଲେ ଆସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୁରୁବାର ଆଠଗଡ଼ ଓ ଚୌଦ୍ୱାର ପୂର୍ବତ୍ତନ ବିଧାୟକ ରସାନନ୍ଦ ସାହୁଙ୍କ ପରଲୋକ ହୋଇଛି । ରସାନନ୍ଦ ବିଧାୟକ ଭାବେ ଗୋଟେ ଥର ଚାରି ମାସ ଓ ଅନ୍ୟଥର ପାଞ୍ଚ ବର୍ଷ ପାଇଁ କାମ କରିଛନ୍ତି । କିନ୍ତୁ ସେ ସବୁବେଳେ ମନେରହିବେ ୧୯୮୦ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପାଇଁ ଆସନ ଛାଡ଼ିବା ଘଟଣାକୁ ନେଇ । ରସାନନ୍ଦ ପ୍ରଥମେ ୧୯୭୪ ମସିହାରେ ଆଠଗଡ଼ ଆସନରୁ ସ୍ୱାଧୀନ ପ୍ରାର୍ଥୀ ରୂପେ ରାଧାନାଥ ରଥଙ୍କ ସହ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇଥିଲେ। ୧୯୭୭ରେ ବି ସେ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ।

୧୯୮୦ ମସିହାରେ ସେ ପୁଣି ଆଠଗଡ଼ରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ଅଚ୍ୟୁତାନନ୍ଦ ଦାଶଙ୍କୁ ହରାଇ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ। କିନ୍ତୁ ବିଧାୟକ ହେବାର ମାତ୍ର ୪ ମାସ ପରେ ସେ ଇସ୍ତଫା ଦେଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସେତେବେଳେ ବିଧାୟକ ନଥିବାରୁ ତାଙ୍କ ପାଇଁ ରସାନନ୍ଦ ଆଠଗଡ଼ ଆସନରୁ ଇସ୍ତଫା ଦେଇଥିଲେ।ଜାନକୀବଲ୍ଲଭ ଆଠଗଡ଼ ବିଧାନସଭା ଆସନରୁ ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ରସାନନ୍ଦ ବିଧାୟକ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା।

ତାଙ୍କରି ସମୟରେ ଆଠଗଡରେ ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା। ପରେ ୧୯୮୫ରୁ ୧୯୯୦ ପର୍ୟ୍ୟନ୍ତ ସେ ଟାଙ୍ଗୀ-ଚୌଦ୍ୱାର ଆସନରୁ ବିଧାୟକ ହୋଇଥିଲେ। ସେହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ସେ ରାଜକିଶୋର ରାମଙ୍କୁ ହରାଇଥିଲେ। ଆଠଗଡ ଶୀତଳଭଣ୍ତାରର ସେ ପ୍ରତିଷ୍ଠାତା ସଭାପତି ଥିଲେ। ୧୯୯୦ରୁ ସେ ସକ୍ରୀୟ ରାଜନୀତିରୁ ଅବସର ନେଇଥିଲେ ବି ବିଭିନ୍ନ ଅନୁଷ୍ଠାନ ଓ କାର୍ୟ୍ୟକ୍ରମ ସହିତ ସଂପୃକ୍ତ ରହି ଆସିଥିଲେ। ୨୦୦୦ ମସିହା ପରଠାରୁ ସେ ଗୁରୁଡ଼ିଝାଟିଆରେ ଥିବା ତାଙ୍କ ବାସଭବନରେ ରହି ଆସୁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି