Masthead

ଅତୀତରେ ହୋଇଥିଲା ୩ଥର ବାଚସ୍ପତି ନିର୍ବାଚନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭା ବାଚସ୍ପତି ପାଇଁ ଆଜି ନିର୍ବାଚନ । ବାଚସ୍ପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟମଧ୍ୟରେ ଲଢେଇ ହେବ । ଏଥିରେ ଓମ୍ ବିର୍ଲା ବନାମ କେ. ସୁରେଶ ଲଢେଇ ଦେଖିବାକୁ ମିଳିବ । ଏନ୍‌ଡିଏ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ଓମ୍‌ ବିର୍ଲା । ଇଣ୍ଡି ମେଣ୍ଟ ପକ୍ଷରୁ କେ. ସୁରେଶ ବାଚସ୍ପତି ପ୍ରାର୍ଥୀ ।ହୋଇଛନ୍ତି । ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ଏହି ନିର୍ବାଚନରେ ରାଜସ୍ଥାନ କୋଟାରୁ ୩ ଥର ସାଂସଦ ଓମ୍ ବିର୍ଲାଙ୍କର କେରଳର ମାଭେଲିକାରୁ ୮ ଥର ସାଂସଦ ଥିବା କଂଗ୍ରେସ ପ୍ରାର୍ଥୀ କୋଡିକୁନିଲ ସୁରେଶଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ୪୮ ବର୍ଷ ପରେ ଦେଶରେ ବାସସ୍ପତି ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ଲାଗି ୧୯୭୬ ମସିହାରେ ନିର୍ବାଚନ ହୋଇଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ୩ ଥର ଲୋକସଭା ବାଚସ୍ପତି ପଦରେ ନିର୍ବାଚନ ହୋଇଥିଲା । ୧୯୫୨ରେ ପ୍ରଥମ ସାଧାରଣ ନିର୍ବାଚନ ପରେ ବାଚସ୍ପତି ନିର୍ବାଚନ ହୋଇଥିଲା । ଜି ଭି ମାଲବଙ୍କର ଓ ଶଙ୍କର ଶାନ୍ତାରାମ ମୋରେ ପ୍ରାର୍ଥୀ ହୋଇଥିଲେ । ଏଥିରେ ମାଲବଙ୍କର ବିଜୟୀ ହୋଇଥିଲେ । ଏହାପରେ ୧୯୬୭ରେ ନୀଲମ ସଞ୍ଜୀବ ରେଡ୍ଡୀ ଓ ଟେନ୍ନେଟି ବିଶ୍ୱନାଥମଙ୍କ ମଧ୍ୟରେ ଲୋକସଭା ବାଚସ୍ପତି ପଦକୁ ନେଇ ନିର୍ବାଚନ ହୋଇଥିଲା । ଏଥିରେ ରେଡ୍ଡୀ ଜିତିଥିଲେ । ସେହିଭଳି ୧୯୭୫ ଜୁନ୍ରେ ଜରୁରି ସ୍ଥିତି ପରେ ସଂସଦର କାର୍ଯ୍ୟକାଳ ବର୍ଷକ ପାଇଁ ବଢ଼ାଯାଇଥିଲା । ୧୯୭୬ରେ ବାଚସ୍ପତି ନିର୍ବାଚନ ହୋଇଥିଲା । ବଲିରାମ ଭଗତ ଓ ଜଗନ୍ନାଥରାଓ ଯୋଶୀ ପ୍ରାର୍ଥୀ ହୋଇଥିଲେ । କଂଗ୍ରେସ ସାଂସଦ ବଲିରାମ ଭଗତ ଜିତି ବାଚସ୍ପତି ହୋଇଥିଲେ ।ଏହାପରେ ସହମତି ଭିତିରେ ବାଚସ୍ପତି ନିର୍ବାଚନ ହୋଇ ଆସୁଥିଲା । ଏନଡିଏ ମେଣ୍ଟର ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଓମ୍ ବିର୍ଲାଙ୍କ ବିଜୟ ସମ୍ଭାବନା ଅଧିକ ରହିଛି । ଅନ୍ୟ ପଟେ ଉଭୟ ବିଜେପି ଏବଂ କଂଗ୍ରେସ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼