Masthead

ସ୍ୱାମୀ ଓ ପୁଅଙ୍କ ଆଖି ସାମ୍ନାରେ ଜଳିଯାଇଥିଲେ ପୁଷ୍ପଲତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅନ୍ୟମାନଙ୍କୁ ବଞ୍ଚାଇ ନିଜେ ଜଳିଗଲେ ପୁଷ୍ପଲତା । ସ୍ୱାମୀ ଓ ପୁଅଙ୍କୁ ସହ କୋଲକାତାରୁ ଘରକୁ ଫେରୁଥିଲେ । ବସରେ ହଠାତ ଲାଗିଥିଲା ନିଆଁ । ପୁଅ, ସ୍ୱାମୀଙ୍କୁ ବାହାରକୁ ପଠାଇ ଦେଇଥିଲେ ପୁଷ୍ପଲତା । ପୁଷ୍ପଲତା କିଛି ବୁଝିବା ପୂର୍ବରୁ ପୁରା ବସରେ ନିଆଁ ଲାଗି ସାରିଥିଲା । ବସ୍ ଦରଜା ବନ୍ଦ ହୋଇଯାଇଥିଲା । ଡ୍ରାଇଭର ମଧ୍ୟ ଡେଇଁ ପଳାଇଲେ । ଆଉ ବସରେ ଏକା ରହିଯାଇଥିଲେ କେନ୍ଦ୍ରାପଡା ଇଚ୍ଛାପୁର ନୀଳାଦ୍ରିପୁର ଗାଁର ପୁଷ୍ପଲତା ଦାସ । ନିଜ ଜୀବନ ବଂଚାଇ ପାରିନଥିଲେ । ନିଆଁର ଆଁରେ ପଡିଯାଇଥିଲେ । ଶୁକ୍ରବାର ସ୍ୱାମୀ ଓ ପୁଅଙ୍କ ସହ କୋଲକାତାରୁ ଘରକୁ ଫେରୁଥିଲେ ।

ମାଧପୁରଠାରେ ହଠାତ ବସରୁ ନିଆଁ ବାହାରିଥିଲା । ପ୍ରବଳ ଧୂଆଁ ବାହାରିଲା। କ’ଣ ହେଇଛି ବୁଝିଲା ବେଳକୁ ଡ୍ରାଇଭର ଡେଇଁ ଫେରାର ହେଇଯାଇଥିଲା। ଆଗ ଗେଟ୍‌ ବନ୍ଦ ହୋଇ ଯାଇଥିଲା। ଯେତେ ଖୋଲିଲେ ବି ଖୋଲି ନଥିଲା। ଆଗପଟୁ ନିଆଁ ହୁତହୁତ ହୋଇ ଜଳିବାରୁ ଲୋକ କାନ୍ଦବୋବାଳି ପକାଇଥିଲେ। ଧୂଆଁ ଭିତରେ କିଛି ଦିଶୁନଥିଲା । ମେନ ଡୋର ନ ଖୋଲିବାରୁ ଯିଏ ଯୁଆଡେ ଝରକା ଭାଙ୍ଗି ଡେଇଁ ପଳାଇଥିଲେ । ପୁଷ୍ପାଲତାଙ୍କ ସହ ଥିଲେ ସ୍ୱାମୀ ରାଜେନ୍ଦ୍ର । ରାଜେନ୍ଦ୍ର ପ୍ରଥମେ ପୁଅକୁ ଝରକା ବାଟେ ବାହାରକୁ ବାହାର କରି ଦେଇଥିଲେ । ନିଜେ ରାଜେନ୍ଦ୍ର ବି ବାହାରକୁ ଚାଲି ଆସିଥିଲେ । କିନ୍ତୁ ପୁଷ୍ପାଲତା ବାହାରକୁ ନ ଆସି ବସ୍ ଭିତରେ ଫଶିଥିବା ଜଣେ ମହିଳା ଏବଂ ବୃଦ୍ଧଙ୍କୁ ବାହାରକୁ ବାହାର କରିଥିଲେ । ହେଲେ ନିଜେ ଆଉ ବାହାରି ପାରିନଥିଲେ । ସ୍ୱାମୀ ଓ ପୁଅଙ୍କ ଆଖି ସାମ୍ନାରେ ଜଳିଯାଇଥିଲେ ପୁଷ୍ପଲତା । ସେହି ସମୟର ଛାତି ଥରା ଦୃଶ୍ୟ ବଖାଣିଛନ୍ତି ସ୍ୱାମୀ ରାଜେନ୍ଦ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ