Masthead

ଉପନିର୍ବାଚନ: ପ୍ରଚାର ଉପରେ ପାହାର

ଚିନ୍ମୟ ପତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ଦୁଇଟି ବିଧାନସଭା ଆସନରେ ହେବ ଉପନିର୍ବାଚନ । ୩୮ ବାଲେଶ୍ୱର ଓ ୧୦୨ ତିର୍ତ୍ତୋଲ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନାମାଙ୍କନପତ୍ର ଦାଖଲଠାରୁ ଭୋଟ ଗଣତି ପର୍ଯ୍ୟନ୍ତ ତାରିଖ ବି ସ୍ପଷ୍ଟ ହୋଇ ସାରିଛି । ବିଜ୍ଞପ୍ତି ପରେ ସବୁ ଦଳ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ହେଲେ ଏଥର ଉପନିର୍ବାଚନ ହେବ ସବୁଠୁ ଭିନ୍ନ । ଆଗଭଳି ନିର୍ବାଚନ ବେଳେ ହେବନାହିଁ ହୋହଲ୍ଲା, ଗହଳିଚହଳି । ଦଳ ଦଳ ହୋଇ ବୁଲିବେନି ସମର୍ଥକ କି ଦଳୀୟ କର୍ମୀ ।

ଏକାଠି ହେବେ ନାହିଁ ସମର୍ଥକ । ପ୍ରାର୍ଥୀ ବି ଦଳ ବଳ ଧରି ଯାଇପାରିବେ ନାହିଁ । ସଭାସମିତି ଉପରେ ବି କଟକଣା ଲଗାଯାଇଛି । ଇତିମଧ୍ୟରେ ରାଜ୍ୟ ନିର୍ବାଚନ ଅଧିକାରୀ ଉଭୟ ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ସହ ଆଲୋଚନା ବି କରି ସାରିଛନ୍ତି । ସବୁ ରାଜନୈତିକ ଦଳଗୁଡ଼ିକୁ ଡାକି ବୈଠକ ବି କରିଛନ୍ତି । ଏହି ଆଲୋଚନା କାଳରେ ବୁଝାଇ ଦେଇଛନ୍ତି ନେତା ଓ ସମର୍ଥକଙ୍କ ପାଇଁ ଲାଗୁ ହୋଇଥିବା ଲକ୍ଷ୍ମଣରେଖା । ଶୁଣାଇ ଦେଇଛନ୍ତି ରୋକଠୋକ ଚେତାବନୀ । ପ୍ରଥମତଃ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ଶୋଭାଯାତ୍ରା ହେବନାହିଁ । ପ୍ରାର୍ଥୀଙ୍କ ସହ କେବଳ ୨ଜଣ ଯାଇପାରିବେ ।

ନାମାଙ୍କନପତ୍ର ଦାଖଲ ପରେ ପ୍ରଚାର ଉପରେ ବି ଲାଗିଛି ଶକ୍ତ ପାହାର । କୌଣସି ରାଜନୈତିକ ଦଳ ସର୍ବାଧିକ ୧୦୦ରୁ ଅଧିକ ସମର୍ଥକଙ୍କୁ ଏକଜୁଟ କରିପାରିବେ ନାହିଁ । କୌଣସି ହଲରେ ବୈଠକ ହେଲେ ହଲ୍ କ୍ଷମତାର ୫୦% ସମର୍ଥକ ରହିପାରିବେ । ଡୋର କ୍ୟାମ୍ପେନିଂରେ ସର୍ବାଧିକ ୫ଜଣ ସମର୍ଥକ ଯିବେ । ଏହାର ଖିଲାପ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା