Masthead

ଚଳିତ ବର୍ଷ ଶେଷ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ କାମ ପୂର୍ଣ୍ଣାଙ୍ଗ ହେବ: ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ଶେଷ ସୁଦ୍ଧା ବଡ଼ଚଣା ବ୍ଲକରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ କାମ ପୂର୍ଣ୍ଣାଙ୍ଗ ହେବ । ବଡ଼ଚଣା ବିଧାୟକ ଅମର ନାୟକଙ୍କୁ ପ୍ରଶ୍ନର ଏହି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ୨୦୧୫ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ ପାଇଁ ଘୋଷଣା କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ୨୦୧୭ ଜୁଲାଇ ୩୧ରେ ୬୬ ଏକର ଜମିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ।

ଏଥି ପାଇଁ ୧୦୧ କୋଟି ୨୪ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଯେଉଁଥିରୁ ୭୦ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରି ସାରିଛନ୍ତି । ବିଶ୍ଵବିଦ୍ୟାଳୟର ଆକାଡେମିକ, ଆଡ଼ମିନିଷ୍ଟ୍ରେଟିଭି ସମେତ ୬୦% କାମ ସରିଲାଣି ବୋଲି କହିଛନ୍ତି ସୂରଜ । ସେ ଆହୁରି ମଧ୍ୟ କହିଛନ୍ତି ୨୦୧୮-୧୯ ରୁ ଏଠାରେ ବିଏସସି ନର୍ସିଙ୍ଗର ତିନୋଟି ବିଷୟରେ ସ୍ନାକତ୍ତର ପାଠ୍ୟକ୍ରମ ଚାଲିଛି । ଆଜି ଯାଏଁ ସତ ପ୍ରତିଶତ ଫଳାଫଳ ହୋଇଛି । ୨୦୨୨ ଡିସେମ୍ବର ୧୫ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମ୍ନମାନର କାମ ନେଇ ସେ ସମୟର ସ୍ଥାନୀୟ ସରପଞ୍ଚ ଚିଠି ଲେଖିଥିଲେ ।

ସେଥିପାଇଁ ନିର୍ମାଣକାରୀ ସଂସ୍ଥାକୁ ତାଗିଦ କରାଯାଇଥିଲା । ତା ପରଠାରୁ ଆଉ ଅଭିଯୋଗ ଆସିନି । କାମ ଠିକ ଭାବେ ଓ ଠିକ ସମୟରେ ସାରିବାକୁ ବାରମ୍ବାର ତାଗିଦ କରାଯାଉଛି । ଯଦି ନିମ୍ନମାନ କାମର ଅଭିଯୋଗ ପ୍ରମାଣିତ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହକୁ ଅବଗତ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ