Masthead

ମଧ୍ୟାହ୍ନ ଭୋଜନ ରୋଷେଇ ନହେବାରୁ ୨୦୮ ଛାତ୍ରଛାତ୍ରୀ ଉପବାସ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାରଙ୍କ ଗାଲରେ ଅଭିଭାବକଙ୍କ ଶକ୍ତ ଚାପୁଡା । ମଧ୍ୟାହ୍ନ ଭୋଜନରେ ଜାତିଆଣ ଅଭିଯୋଗ। ମଧ୍ୟାହ୍ନ ଭୋଜନ ରୋଷେଇ ନହେବାରୁ ୨୦୮ଛାତ୍ରଛାତ୍ରୀ ଉପବାସ।ଏମିତି ଅଭିଯୋଗ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅପର୍ତ୍ତି ଚରଣ ଉଚ୍ଚ ବିଦ୍ୟାଳୟରେ । ମଧ୍ୟାହ୍ନ ଭୋଜନରେ ଜାତିଆଣ ଅଭିଯୋଗ । ସ୍କୁଲରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୦୦ । ରୋଷେଇ ନ ହେବାରୁ ଉପାସରେ ରହିଲେ ୨୦୮ ଛାତ୍ରଛାତ୍ରୀ । ଆଜିକୁ ଦୀର୍ଘ ମାସହେବ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନରେ ଠିକରେ ଖାଇବାକୁ ପାଉ ନଥିବା ଦେଖିବାକୁ ମିଳୁଛି। ସ୍କୁଲରେ ୪୦୦ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ଉଦିଷ୍ଠ ଥିବାବେଳେ ଆଜି ୨୦୮ ଛାତ୍ରଛାତ୍ରୀ ମାନଙ୍କୁ ମାତ୍ର୧୫୦୦ ଡାଲି, ୩କେଜି ଆଳୁ ଏବଂ ୪କେଜି କଖାରୁରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି ।

ତେବେ ସ୍କୁଲର ଅବିଭାବକ ମାନେ ସ୍କୁଲ ଭିତରେ ଯାଇ ଏହାର ପ୍ରତିବାଦ କରିବା ସହିତ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ କରିବା ସହିତ ଚୁଲିରେ ପାଣି ଢାଳି ଦେଇଥିଲେ । ଫଳରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ନଖାଇ ଉପବାସ ଥିବା ଦେଖିବାକୁ ମିଳିଥିଲା । ଦାଇତ୍ଵରେ ଥିବା ଗୋପିନାଥପୁର ଜୟ ଜଗନ୍ନାଥ ମହିଳା ମଣ୍ଡଳ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ପରସିବାରେ ଜାତିଆଣ ମନଭାବ ପ୍ରକାଶ କରୁଥିବା ଅଭିଯୋଗ କରିଛନ୍ତି ସ୍କୁଲର ଅବିଭାବକ ମାନେ।

ଏନେଇ ଭଦ୍ରକ ଜିଲ୍ଲା ପାଳଙ୍କୁ ଅଵିଭାବକ ମାନେ ଟେଲିଫୋନ ଯୋଗେ ଅଭିଯୋଗ କରିବାରୁ ଜିଲ୍ଲାପାଳ ଲୋକଙ୍କ ଜନଶୁଣାଣୀରେ ଥିବା କହି ଫୋନ କାଟି ଦେଇଥିଲେ। ସ୍କୁଲ ଭିତରେ ଅବିଭାବକ ମାନେ ହୋ ହାଲା କରିଥିବା ଦେଖିବାକୁ ମିଳିଥିଲା।ମଧ୍ୟାହ୍ନ ଭୋଜନ ଦାଇତ୍ଵରେ ଥିବା ଜୟ ଜଗନ୍ନାଥ ମହିଳା ମଣ୍ଡଳର ସେକ୍ରେଟାରୀଙ୍କ କହିବା କଥା ଆମେ ଛାତ୍ରଛାତ୍ରୀମାନଙ୍କୁ ସଠିକ ଭାବେ ସରକାରଙ୍କ ନିୟମ ମୁତାବକ ମଧ୍ୟାହ୍ନ ଖାଇବାକୁ ଦେଉଛୁ କିଛି ଅବିଭାବକ ଆମକୁ ବଦନାମ କରିବା ପାଇଁ ଏମିତି କରୁଛନ୍ତି। ସ୍କୁଲରେ ପାଚିକା ମାନେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ସମୟରେ ଆମେ ସେଠାରେ ଉପସ୍ଥିତ ଥିଲୁ କିଛି ଅବି ଭାବକ ମାନେ କିଛି ନବୁଝି ଆମକୁ ମାଡ ମାରିବା ସହିତ ରୋଷେଇ ଚୁଲିରେ ପାଣି ପୁରାଇ ଦେଇଥିଲେ। ଯଦି ଆଗାମୀ ଦିନରେ ଏହାର ସମାଧାନ ନୁହେ ସ୍କୁଲ ଗେଟ ଆଗରେ ତାଲା ପକାଇବାକୁ ଅବିଭାବକ ମାନେ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ