Masthead

ମଧ୍ୟାହ୍ନ ଭୋଜନ ରୋଷେଇ ନହେବାରୁ ୨୦୮ ଛାତ୍ରଛାତ୍ରୀ ଉପବାସ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ରାଜ୍ୟ ସରକାରଙ୍କ ଗାଲରେ ଅଭିଭାବକଙ୍କ ଶକ୍ତ ଚାପୁଡା । ମଧ୍ୟାହ୍ନ ଭୋଜନରେ ଜାତିଆଣ ଅଭିଯୋଗ। ମଧ୍ୟାହ୍ନ ଭୋଜନ ରୋଷେଇ ନହେବାରୁ ୨୦୮ଛାତ୍ରଛାତ୍ରୀ ଉପବାସ।ଏମିତି ଅଭିଯୋଗ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅପର୍ତ୍ତି ଚରଣ ଉଚ୍ଚ ବିଦ୍ୟାଳୟରେ । ମଧ୍ୟାହ୍ନ ଭୋଜନରେ ଜାତିଆଣ ଅଭିଯୋଗ । ସ୍କୁଲରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୦୦ । ରୋଷେଇ ନ ହେବାରୁ ଉପାସରେ ରହିଲେ ୨୦୮ ଛାତ୍ରଛାତ୍ରୀ । ଆଜିକୁ ଦୀର୍ଘ ମାସହେବ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନରେ ଠିକରେ ଖାଇବାକୁ ପାଉ ନଥିବା ଦେଖିବାକୁ ମିଳୁଛି। ସ୍କୁଲରେ ୪୦୦ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ଉଦିଷ୍ଠ ଥିବାବେଳେ ଆଜି ୨୦୮ ଛାତ୍ରଛାତ୍ରୀ ମାନଙ୍କୁ ମାତ୍ର୧୫୦୦ ଡାଲି, ୩କେଜି ଆଳୁ ଏବଂ ୪କେଜି କଖାରୁରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି ।

ତେବେ ସ୍କୁଲର ଅବିଭାବକ ମାନେ ସ୍କୁଲ ଭିତରେ ଯାଇ ଏହାର ପ୍ରତିବାଦ କରିବା ସହିତ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ କରିବା ସହିତ ଚୁଲିରେ ପାଣି ଢାଳି ଦେଇଥିଲେ । ଫଳରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ନଖାଇ ଉପବାସ ଥିବା ଦେଖିବାକୁ ମିଳିଥିଲା । ଦାଇତ୍ଵରେ ଥିବା ଗୋପିନାଥପୁର ଜୟ ଜଗନ୍ନାଥ ମହିଳା ମଣ୍ଡଳ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ପରସିବାରେ ଜାତିଆଣ ମନଭାବ ପ୍ରକାଶ କରୁଥିବା ଅଭିଯୋଗ କରିଛନ୍ତି ସ୍କୁଲର ଅବିଭାବକ ମାନେ।

ଏନେଇ ଭଦ୍ରକ ଜିଲ୍ଲା ପାଳଙ୍କୁ ଅଵିଭାବକ ମାନେ ଟେଲିଫୋନ ଯୋଗେ ଅଭିଯୋଗ କରିବାରୁ ଜିଲ୍ଲାପାଳ ଲୋକଙ୍କ ଜନଶୁଣାଣୀରେ ଥିବା କହି ଫୋନ କାଟି ଦେଇଥିଲେ। ସ୍କୁଲ ଭିତରେ ଅବିଭାବକ ମାନେ ହୋ ହାଲା କରିଥିବା ଦେଖିବାକୁ ମିଳିଥିଲା।ମଧ୍ୟାହ୍ନ ଭୋଜନ ଦାଇତ୍ଵରେ ଥିବା ଜୟ ଜଗନ୍ନାଥ ମହିଳା ମଣ୍ଡଳର ସେକ୍ରେଟାରୀଙ୍କ କହିବା କଥା ଆମେ ଛାତ୍ରଛାତ୍ରୀମାନଙ୍କୁ ସଠିକ ଭାବେ ସରକାରଙ୍କ ନିୟମ ମୁତାବକ ମଧ୍ୟାହ୍ନ ଖାଇବାକୁ ଦେଉଛୁ କିଛି ଅବିଭାବକ ଆମକୁ ବଦନାମ କରିବା ପାଇଁ ଏମିତି କରୁଛନ୍ତି। ସ୍କୁଲରେ ପାଚିକା ମାନେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ସମୟରେ ଆମେ ସେଠାରେ ଉପସ୍ଥିତ ଥିଲୁ କିଛି ଅବି ଭାବକ ମାନେ କିଛି ନବୁଝି ଆମକୁ ମାଡ ମାରିବା ସହିତ ରୋଷେଇ ଚୁଲିରେ ପାଣି ପୁରାଇ ଦେଇଥିଲେ। ଯଦି ଆଗାମୀ ଦିନରେ ଏହାର ସମାଧାନ ନୁହେ ସ୍କୁଲ ଗେଟ ଆଗରେ ତାଲା ପକାଇବାକୁ ଅବିଭାବକ ମାନେ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ