Masthead

ୟୁପିରେ କ୍ୟାବିନେଟ ସମ୍ପ୍ରସାରଣ

ଉତ୍ତରପ୍ରଦେଶ(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ବିଭିନ୍ନ ଦଳ ସଜବାଜ ହେବାରେ ଲାଗିଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି କିଏ ଦିଲ୍ଲୀ ଗସ୍ତ କରୁଛି ତ ଆଉ କିଏ ଶାସକ ଦଳକୁ ଟାର୍ଗେଟ କରୁଛି । ଏହା ମଧ୍ୟରେ ବିଜେପି ଉତ୍ତରପ୍ରଦେଶରେ ନିଜର କ୍ୟାବିନେଟ ସମ୍ପ୍ରସାରଣ କରିବା ପାଇଁ ଯାଉଛି । କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦଙ୍କ ସମେତ ସାତ ଜଣ ମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି । ମନ୍ତ୍ରୀଭାବରେ ଶପଥ ଗ୍ରହଣ କରିଥିବା ଲୋକଙ୍କ ମଧ୍ୟରେ ପାଲଟୁ ରାମ, ସଙ୍ଗୀତା ବିନ୍ଦ, ଦିନେଶ ଖଟିକ, ସଞ୍ଜୟ ଗୌଡ଼, ଧରମଭୀର ପ୍ରଜାପତି ଏବଂ ଛତ୍ରପାଲ ଗାଙ୍ଗୱାର ଅଛନ୍ତି ।

ଅନ୍ୟପଟେ ମାତ୍ର ଚାରି ମାସ ମଧ୍ୟରେ ଉତ୍ତରପ୍ରଦେଶରେ ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ବିଜେପି ନିଜର କ୍ୟାବିନେଟ ସମ୍ପ୍ରସାରଣ କରୁଛି ବୋଲି ଅନୁମାନ କରାଯାଉଛି । କେବଳ ଏତିକି ନୁହେଁ ବରଂ ଜୁଲାଇ ୮ ତାରିଖରେ କେନ୍ଦ୍ରରେ ହୋଇଥିବା ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣରେ ୟୁପି ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା । ୟୁପିରୁ ନିଯୁକ୍ତ ସାତ ଜଣ ନୂତନ ମନ୍ତ୍ରୀଙ୍କ ମଧ୍ୟରୁ ୪ଜଣ ଓବିସି, ଦୁଇ ଜଣ ଦଳିତ ଏବଂ ଜଣେ ବାହ୍ମଣ ଥିବାର ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ