Masthead

ଧାମରା ବନ୍ଦରରେ କାର୍ଗୋ ଜାହାଜ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ):  ସାଉଦି ଆରବ ଓମାନ ବନ୍ଦରରୁ ‘ମିଲାହା ରାସ୍ ଲାଫନ୍’ ନାମକ ଜାହାଜ ସିଏନ୍‌ଜି ନେଇ ପ୍ରଥମଥର ପାଇଁ ଧାମରା ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ମିଲିୟନ ପ୍ରାକୃତିକ ଫ୍ରୋଜନ୍ ଗ୍ୟାସ୍ ନେଇ ଧାମରା ବନ୍ଦରରେ ପହଞ୍ଚିଛି । ଧାମରା ବନ୍ଦର ପୂର୍ବ ଭାରତର ଏକମାତ୍ର ବନ୍ଦର ଯେଉଁଠି ଏଲ୍‌ଏନ୍‌ଜି ଗ୍ୟାସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟ ସରିଛି । ଆଦାନୀ ଗ୍ରୁପ ଏବଂ ଫ୍ରେଞ୍ଚ କମ୍ପାନୀ ମିଳିତଭାବେ ୬ହଜାର କୋଟି ଟଙ୍କା ବିନିମୟରେ ଏହି ଟର୍ମିନାଲ ନିର୍ମାଣ ହୋଇଛି । ଏହି ଏଲ୍‌ଏନଜି ସାର କାରଖାନାରେ ବ୍ୟବହୃତ ହେବା ସହ ଏହି ଗ୍ୟାସକୁ କେଅସ୍ କରାଯାଇ ପ୍ରାକୃତିକ ଗ୍ୟାସ ଏବଂ ରୋଷେଇ ଗ୍ୟାସ ମଧ୍ୟ ତିଆରି କରାଯାଇ ପାରିବ ।

ଧାମରା ବନ୍ଦର ବାର୍ଷିକ ୫ନିୟୁତ ଟନ୍ ଗ୍ୟାସ ଏହି ଟର୍ମିନାଲ ଦେଇ ଆମଦାନୀ କରିବା ସହ ପୂର୍ବ ଭାରତକୁ ଯୋଗାଇ ଦେବାର ଲକ୍ଷ୍ୟ ରଖିଛି । ଏହି ଗ୍ୟାସ ଟର୍ମିନାଲ ପ୍ରଥମେ ୨.୨ ମିଲିୟନ ଟନରୁ ୨.୩ ମିଲିୟନ ଟନ କ୍ଷମତାରେ କାର୍ଯ୍ୟ କରିବା ପରେ ଏହା ୫ ମିଲିୟନ ଟନ୍‌ କ୍ଷମତାକୁ ବୃଦ୍ଧି କରାଯିବ। ଆସିଥିବା ଜାହାଜରେ ୧୩୫ହଜାର ଘନ ମିଟର ଗ୍ୟାସ୍ କଲିକତାରରେ ମାର୍ଚ୍ଚ ୨୧ରେ ବୋଝେଇ ହୋଇ ଧାମରା ବନ୍ଦରରେ ଏପ୍ରିଲ ୨ତାରିଖରେ ପହଞ୍ଚିଥିଲା । ଭାରତ ସରକାରଙ୍କ ଗେଲ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଏହି ଗ୍ୟାସ ବୁକ୍ କରିଥିଲେ । ଏହି ଗ୍ୟାସ ପହଞ୍ଚିବା ପରେ ଉକ୍ତ ୨କମ୍ପାନୀ ଏହାକୁ ବିଶୋଧନ କରି ପୁନଃ ଗ୍ୟାସ ପାଇପ୍ ଲାଇନ୍ ଯୋଗେ ଇସ୍ପାତ ଏବଂ ସାର କାରଖାନାକୁ ଯୋଗାଇବେ ।

ଧାମରା ବନ୍ଦରରେ ୨ଟି ଗ୍ୟାସ୍ ଷ୍ଟୋରେଜ ନିର୍ମାଣ ହୋଇଥିବା ବେଳେ ଏହାର କ୍ଷମତା ୩୬୦ହଜାର ଘନ ମିଟର । ଉର୍ଜା ଗଙ୍ଗା ପାଇପ୍ ଲାଇନ୍ ଦ୍ବାରା ପୂର୍ବ ଭାରତର ୩୫ ପ୍ରତିଶତ ପରିବାରକୁ ରୋଷେଇ ଗ୍ୟାସ ଯୋଗାଇ ଦିଆଯିବ । ଗ୍ୟାସ୍ ବୋଝେ ଜାହାଜ ଧାମରା ବନ୍ଦରରେ ପହଞ୍ଚିବା ପରେ ନିକଟ ଗ୍ରାମଗୁଡ଼ିକରେ ସତର୍କତା ପାଇଁ ରୋଷେଇ ନ କରିବାକୁ ପରାମର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼