Masthead

କରୋନା ମୁକାବିଲା ଠାରୁ ଅଧିକ ଶ୍ରେୟ ନେବାରେ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର: ଅମର୍ତ୍ୟ ସେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):କରୋନା ମୁକାବିଲାକୁ ନେଇ କେନ୍ଦ୍ରସରକାରଙ୍କୁ ସମାଲୋଚନା କରିଛନ୍ତି ନୋବେଲ ପୁରସ୍କାର ବିଜେତା ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ । ଶୁକ୍ରବାର ରାଷ୍ଟ୍ର ସେବା ଦଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅମର୍ତ୍ୟ ସେନ ସରାକରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଭାରତ ସରକାର କରୋନା ସଂକ୍ରମଣ ଉପରେ ରୋକ ଲଗାଇବା ପରିବର୍ତ୍ତେ ନିଜ କାର୍ଯ୍ୟକଳାପକୁ ନେଇ ଶ୍ରେୟ ନେବା ଉପରେ ବେଶି ଗୁରୁତ୍ୱ ଦେଇଛନ୍ତି । ଭାରତରେ ଫାର୍ମା ଉତ୍ପାଦନ କ୍ଷମତା ଏବଂ ରୋଗପ୍ରତିରୋଧକ ସ୍ତର ପାଇଁ ମହାମାରୀ ମୁକାବିଲାରେ ଭାରତ ବିଶ୍ୱରେ ଉତ୍ତମ ସ୍ଥାନରେ ଥିଲା । କିନ୍ତୁ ମହାମାରୀର ଦ୍ୱିତୀୟ ଲହର ସମୟରେ ୪ଲକ୍ଷରୁ ଅଧିକ ସଂକ୍ରମିତ ଓ ଦୈନିକ ୪୫୦୦ରୁ ଅଧିକ ମୃତ୍ୟୁର ରିପୋର୍ଟ ଆସିବା ମହାମାରୀ ମୁକାବିଲାରେ ଏକ ବଡ଼ ବିଫଳତା ।

ଭାରତର ପ୍ରାରମ୍ଭିକ ବିଜୟ ଏହା ପାଇଁ ସଙ୍କଟ ସୃଷ୍ଟି କରିଛି । ସେହିପରି ସରକାର ମହାମାରୀ ଏଡ଼ାଇବା ପାଇଁ କାର୍ଯ୍ୟ କରିବାଠାରୁ ଅଧିକ ନିଜର ପ୍ରତ୍ୟେକ କାର୍ଯ୍ୟପାଇଁ ଶ୍ରେୟ ନେଉଥିବା ଦେଖିବାକୁ ମିଳିଛି । ସେ ଏହାମଧ୍ୟ କହିଛନ୍ତି କ୍ରେଡିଟ ଖୋଜିବା କେବେ ବି ଭଲ କାମନୁହେଁ, ନିଜ କାର୍ଯ୍ୟ ଦ୍ୱାରା କ୍ରେଡିଟ ସୃଷ୍ଟି କରିବାକୁ ପଡ଼େ । ଭାରତ ସରକାର ସମ୍ପୂର୍ଣ୍ଣ ବିଶ୍ୱରେ ଏହା କ୍ରେଡିଟ ନେବାକୁ ଚାହୁଁଥିଲେ ଯେ, ଭାରତ ବିଶ୍ୱକୁ ବଞ୍ଚାଇବ । କିନ୍ତୁ ସେହି ସମୟରେ ହିଁ ଏହା କରିବା ଦ୍ୱାରା ଭାରତୀୟଙ୍କ ଜୀବନ ଉପରେ ବିପଦ ଆଣିଦେଇଛନ୍ତି ସରକାର । ସେହିପରି ଦେଶରେ ବେରୋଜଗାରୀ ରେକର୍ଡ଼ ସୃଷ୍ଟି କରିଛି । ସାମାଜିକ ଅସମାନତା, ଅଭିବୃଦ୍ଧି ମନ୍ଥରତା ମଧ୍ୟ ରେକର୍ଡ଼ ସୃଷ୍ଟି କରିଥିଲା । ତେବେ କରୋନା ମହାମାରୀ ଏହାକୁ ଆହୁରି କ୍ଷତିଗ୍ରସ୍ତ କରିଛି । ଯାହାକି ମହାମାରୀ ବିରୋଧରେ ସରକାରଙ୍କର ଏକ ବଡ଼ ବିଫଳତା ବୋଲି କହିଛନ୍ତି ଅମର୍ତ୍ୟ ସେନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ