Masthead

ମନିଷ ସିସୋଦିୟାଙ୍କୁ ପୁଣି ସମନ ଜାରି କଲା ସିବିଆଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କୁ ଅବକାରୀ ନୀତି ମାମଲାରେ ସିବିଆଇ ପୁଣିଥରେ ସମନ ଜାରି କରିଛି । ଫେବୃଆରୀ ୨୬ରେ ସିବିଆଇ ପୁଣି ଡାକିଥିବା ନେଇ ନିଜେ ସିସୋଦିୟା ସୂଚନା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ମନିଷ ସିସୋଦିୟାଙ୍କୁ ସିବିଆଇ ଫେବୃଆରୀ ୧୯ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲା । ବଜେଟକୁ ଅନ୍ତିମ ରୂପ ଦେବା ପାଇଁ ଆଉ କିଛି ସମୟ ଦେବା ଲାଗି ସିବିଆଇକୁ ସିସୋଦିୟା ଅନୁରୋଧ କରିଥିଲେ ।

ସିସୋଦିଆ ଫେବୃୟାରୀ ମାସରେ କୌଣସି ଦିନ ସିବିଆଇରେ ହାଜର ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତଦନ୍ତଅନୁସାରେ ସିବିଆଇ ପକ୍ଷରୁ ମଞ୍ଜୁର ହେବା ସହ ନୂଆ ତାରିଖ ସହ ନୂଆ ସମନ ଜାରି ବୋଲି କହିଥିଲା । ତେବେ ଏହି ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ପୂନର୍ବାର ସମନ ଜାରି କରିଛି ସିବିଆଇ । ଏଥିରେ ଆସନ୍ତା ୨୬ ରେ ସିବିଆଇରେ ହାଜର ହେବା ପାଇଁ ସ୍ପଷ୍ଟ ନିଦେ୍ର୍ଦଶ ଦିଆାଇଛି । ଏ ସମ୍ପର୍କରେ ମନିଷ ସିସୋଦିଆ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ସୁପ୍ରିମକୋର୍ଟରେ ମେୟର ମାମଲା ହାରିବାରେ ବିଜେପି ତାଙ୍କ ଉପରେ ରାଗ ସୁଝାଇବା ଉଦେ୍ଦଶ୍ୟରେ ଏସବୁ କରିଛି ବୋଲି ଅଭିଯୋଗ କରିଛନ୍ତି । ବିଜେପି ନିଦେ୍ର୍ଦଶରେ ସିବିଆଇ ସମନ ଜାରି କରିଥିବା କହିଛନ୍ତି । ସିସୋଦିଆ କହିଛନ୍ତି ଯେ ଦିଲ୍ଲୀ ବଜେଟରେ ସିବିଆଇ , ଇଡି ତାଙ୍କୁ ଯେ କେହିବି ଗିରଫ କରିବା କଥା କରୁ , ତାଙ୍କର କୌଣସି ଆପତ୍ତି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ