Masthead

ବିଜେପି-ବିଜେଡି କର୍ମୀ ମୁହାଁମୁହିଁ, ପ୍ରତିବାଦରେ ଥାନା ଆଗରେ ଅମାରଣ ଅନଶନ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତରେ ରାଜନୀତିକ ହିଂସା । ଆସାମୀମାନଙ୍କ ଗିରଫ ଦାବିକରି ଫେରିଘାଟ ବନ୍ଦକଲେ ଉତ୍ୟକ୍ତ ମହିଳା । ଚାନ୍ଦବାଲି ନିର୍ବାଚନମଣ୍ଡଳିରେ ଦୁଇ ଦଳ ବିଜେପି ଏବଂ ବିଜେଡି ଭିତରେ ନାମାଙ୍କନ ଭରିବା ପାଇଁ ଯାଉଥିବା ସମୟରେ ବଜରାପୁର ପଞ୍ଚାୟତରେ ବିଜେଡି କର୍ମୀ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ସୂଚନା ମୁତାବକ ବଜରାପୁର ପୂର୍ବତନ ସରପଞ୍ଚ ନାରାୟଣ ମାଝି ବିଜେଡି ଅଫିସ ଦେଇ ନିଜ ଘରକୁ ଯାଉଥିବା ସମୟରେ ବିଜେଡିର କିଛି କର୍ମୀ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ଘଟଣାସ୍ଥଳରେ ତାଙ୍କର ମୁଣ୍ଡଫାଟି ରକ୍ତସ୍ରାବ ହେବାରୁ ତାଙ୍କୁ ତାଙ୍କର କିଛି କର୍ମୀ ଘଣ୍ଟେଶ୍ୱର ଫାଣ୍ଡିକୁ ନେଇ ଯାଇଥିଲେ । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଆସାମୀମାନଙ୍କୁ ଗିରଫ ପ୍ରତିବାଦ କରି ମହିଳାମାନେ ବାଲିଆପାଳ ଫେରିଘାଟ ବନ୍ଦ କରିବା ସହିତ ଘଣ୍ଟେଶ୍ୱର ଫାଣ୍ଡି ଆଗରେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବାଂଶଡା ଥାନା ଅଧିକାରୀ ଦେବରାଜ ଜେନା ଏବଂ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ସୂର୍ଯ୍ୟକାନ୍ତ ମହାନ୍ତି ପହଞ୍ଚି ଆଇନ ଶୃଙ୍ଖଳା ବଜାଇ ରଖିବା ସହିତ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି