Masthead

କୋର୍ଟରେ ଗଣତିହେଲା ବାଲଟ ପେପର, ବିଜୟ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ଜଜ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୁପ୍ରିମକୋର୍ଟରୁ ବିଜେପିକୁ ବଡ଼ ଝଟକା । ଚଣ୍ଡିଗଡ ମେୟର ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ନାକଚ କରିଦେଇଥିବା ସମସ୍ତ ଭୋଟ ବୈଧ। ଏହି ମାମଲାର ଶୁଣାଣି କରି ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରିଟର୍ଣ୍ଣିଂ ଅଫିସର ଅନୀଲ ମାସି ଜଣ କାଉନସିଲରଙ୍କ ଭୋଟକୁ ନାକଚ କରିଦେଇଥିଲେ। ଫଳରେ ବିଜେପି ମେୟର ନିର୍ବାଚନରେ ବିଜୟ ହୋଇଥିଲା। ଏହା ବିରୋଧରେ ଆପ ଓ କଂଗ୍ରେସ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ।

ତେବେ ଆଜି ଅନୀଲ ନାକଚ କରିଥିବା ସମସ୍ତ ଭୋଟକୁ ସୁପ୍ରିମକୋର୍ଟ ବୈଧ ବୋଲି କହିଛନ୍ତି। ଏହି ୮ଟି ଭୋଟ ଆପ୍ କଂଗ୍ରେସର ମିଳିତ ପ୍ରାର୍ଥୀ କୁଲଦୀପ କୁମାରଙ୍କ ସପକ୍ଷରେ ପଡ଼ିଥିଲା। ତେଣୁ ନାକଚ ହୋଇଥିବା ଭୋଟକୁ ବୈଧ ଭାବେ ବିବେଚନା କରି ପୁନଃ ଗଣତି କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ନାକଚ ହୋଇଥିବା ବାଲଟ ପେପରର ପୁନଃ ଯାଞ୍ଚ କରିଥିଲେ। ପୂର୍ବରୁ ବାଲଟ ପେପର ଗୁଡ଼ିକରେ ଅତିରିକ୍ତ ଚିହ୍ନ ଥିବା ଖଣ୍ଡପୀଠ ଜାଣିବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ଉପରେ ବର୍ଷିଥିଲେ। ପୂର୍ବରୁଚଣ୍ଡିଗଡ଼ ମେୟର ନିର୍ବାଚନ ବେଳେ ବାଲାଟ ପେପର ଟାମ୍ପରିଂ କରିଥିବା ରିଟର୍ଣ୍ଣିଂ ଅଫିସର ଦଣ୍ଡିତ ହେବା ଉଚିତ ବୋଲି କହିଥିଲେ ସୁପ୍ରିମକୋର୍ଟ ମେୟର ନିର୍ବାଚନ ବେଳେ ଅନିୟମିତତା ନେଇ ଶୁଣାଣି ବେଳେ କୋର୍ଟ ରିଟର୍ଣ୍ଣିଂ ଅଫିସର ଅନୀଲ ମାସିଙ୍କୁ ଏନେଇ ପ୍ରଶ୍ନ କରିଥିଲେ

ଏହାଛଡ଼ା ଜଣ ଆପ୍ କାଉନସିଲର ବିଜେପିରେ ଯୋଗଦେବା ଘଟଣାକୁ ଘୋଡ଼ାବେପାର କହିବା ସହ ଏହାକୁ ଗୁରୁତର ଘଟଣା ବୋଲି କହିଥିଲେ ସୁପ୍ରିମକୋର୍ଟ ଟାମ୍ପରିଂ ହୋଇଥିବା ବାଲାଟ ପେପର କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ