Masthead

ଚାନ୍ଦିପୁର ଆଇଟିଆର ତଥ୍ୟ ଲିକ୍ ଘଟଣା, ଆଇଟିଆର ସିନିୟର ଅଫିସର ଗିରଫ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ଵର ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକ୍ ଘଟଣା । ଗିରଫ ହେଲେ ଆଇଟିଆର ସିନିୟର ଅଫିସର । ପାକିସ୍ତାନ ଏଜେଣ୍ଟକୁ ଦେଉଥିଲେ ତଥ୍ୟ । ହନି ଟ୍ରାପର ଶିକାର ହୋଇ ଚାନ୍ଦିପୁର ଆଇଟିଆରର ଗୁପ୍ତ ତଥ୍ୟ ପାକିସ୍ତାନକୁ ଯୋଗାଉଥିଲେ । ଏନେଇ ଆଜି ବାଲେଶ୍ଵର ଆଇଜି ସୁଧାଂଶୁ ଶେଖର ନାଲ୍ ଓ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଗତ ୨୦୨୧ ସେପ୍ଟେମ୍ବର ୧୪ ରେ ମଧ୍ୟ ଚାନ୍ଦିପୁର ଆଇଟିଆରର ଗୁପ୍ତ ତଥ୍ୟ ଲିକ୍ କରି ୫ ଜଣ ଠିକା କର୍ମଚାରୀ ଗିରଫ ହୋଇଥିବା ବେଳେ ଏବେ ଆଇଟିଆରର ବଡ଼ ଟେକ୍ନିକାଲ ଅଫିସର ଧରା ପଡ଼ି ଗିରଫ ହେବା ପ୍ରଥମ କଥା । ତେବେ ଗିରଫ ହୋଇଥିବା ଅଫିସର ଜଣକ ଦୀର୍ଘ ଏକ ବର୍ଷ ଧରି ପାକିସ୍ତାନ ର ଜଣେ ହନି ଟ୍ରାପ୍ ସହ ଭିଡ଼ିଓ ବାର୍ତ୍ତାଳାପ କରିବା ଏବଂ ମନି ଟ୍ରାଞ୍ଜାକ୍ସନ କରିଥିବା କଥାକୁ ବର୍ତ୍ତମାନ ଗୁପ୍ତ ରଖାଯାଇଛି । ଗିରଫ ହୋଇଥିବା ଅଫିସର ଜଣକ ହ୍ୱାଟ୍ସଆପ ଜରିଆରେ ଅଶ୍ଳୀଳ ଚାଟ ମଧ୍ୟ କରିଥିବା କିଛି ତଥ୍ୟ ଜବତ ହୋଇଥିବା ମୋବାଇଲ ରୁ ବହୁ ଗୁରୁତ ପୂର୍ଣ୍ଣ ତଥ୍ୟ ରହିଛି । ସବୁଠାରୁ ବଡ଼ କଥା ଯେ ଗିରଫ ଅଫିସର୍ ଜଣକୁ ଆଇଟିଆର ର ଆଉ କେହି ସାହାଯ୍ୟ କରୁଥିଲେ କି ନାହିଁ ଯାହା ଏବେ ତଦନ୍ତ ଭୁକ୍ତ ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ