ନୁଆଦିଲ୍ଳୀ(ବଡ଼ ଖବର ବ୍ୟୁରୋ): ଜୁଲାଇ ୧୪ରେ ଆରମ୍ଭ ହୋଇଥିବା ଚନ୍ଦ୍ରୟାନ-୩ ଧୀରେ ଧୀରେ ପୃଥିବୀ ଚାରିପଟେ ନିଜର କକ୍ଷପଥକୁ ବୃଦ୍ଧି କରି ପଞ୍ଚମ ତଥା ଶେଷ ପୃଥିବୀ କକ୍ଷପଥରେ ପହଞ୍ଚିଛି । ଏବେ ଚନ୍ଦ୍ରୟାନଟି ପୃଥିବୀର ୧,୨୭,୬୦୯ କିମି ଏକ୍ସ ୨୩୬ କିମି କକ୍ଷପଥରେ ରହିଛି । ଏହାର ଅର୍ଥ ହେଉଛି, ଚନ୍ଦ୍ରୟାନ-୩ ଏବେ ଏପରି ଅଣ୍ଡାକୃତି କକ୍ଷପଥରେ ଘୁରୁଛି, ଯାହା ପୃଥିବୀ ଠାରୁ ସର୍ବନିମ୍ନ ୨୩୬ କିମି ଏବଂ ସର୍ବାଧିକ ୧,୨୭,୬୦୯ କିମି ଦୂରରେ ରହିଛି ।
ଏହା ପୂର୍ବରୁ ଜୁଲାଇ ୨୦ରେ ଚନ୍ଦ୍ରୟାନ-୩କୁ ପୃଥିବୀର ୭,୧୭,୫୧ କିମି ଏକ୍ସ ୨୩୩ କିମି କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା । ଏହାପରେ ମହାକାଶଯାନଟି ଅଗଷ୍ଟ ୧ର ମଧ୍ୟରାତ୍ରିରେ ସ୍ଲିଙ୍ଗ ସଟ୍ ଜରିଆରେ ଫୃଥିବୀର କକ୍ଷପଥ ଛାଡି ଚନ୍ଦ୍ର ଆଡକୁ ବଢିବା ଆରମ୍ଭ କରିବ । ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ।
ଚନ୍ଦ୍ରୟାନ-୩ ମିଶନ ଜରିଆରେ ଇସ୍ରୋ ଚନ୍ଦ୍ରର ଥର୍ମୋଫିଜିକାଲ ପ୍ରପର୍ଟିଜ ଅର୍ଥାତ ସେଠାକାର ତାପମାତ୍ରା ଆଦି କିପରି ରହିଛି ତାହାର ଅନୁସନ୍ଧାନ କରିବ ।ଏଥି ସହିତ ଚନ୍ଦ୍ରରେ ଭୁ-କମ୍ପ କିପରି ଆସିଥାଏ ଏବଂ କେତେ ଆସିଥାଏ,ସେଠାକାର ମାଟିରେ କେଉଁପ୍ରକାର ତତ୍ତ୍ୱ ରହିଛି ସେନେଇ ମଧ୍ୟ ଏହା ତଥ୍ୟ ସଂଗ୍ରହ କରିବ ।