Masthead

ଆସନ୍ତାକାଲି ଲଞ୍ଚ ହେବ ଚନ୍ଦ୍ରୟାନ-୩, ସଫଳ ଲ୍ୟାଣ୍ଡିଂକୁ ନେଇ ପୂଜାର୍ଚ୍ଚନା

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ଆସନ୍ତାକାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩ । ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ।ଏଥିପାଇଁ ଇସ୍ରୋ ପ୍ରସ୍ତୁତି ପର୍ବକୁ ଫାଇନାଲ ଟଚ୍ ଦେବାରେ ଲାଗି ପଡ଼ିଛି । ଏଥରକ ଚନ୍ଦ୍ର ପୃଷ୍ଠରେ ସଫଳ ଲ୍ୟାଣ୍ଡିଂକୁ ଫୋକସ କରାଯାଇଥିବାବେଳେ ଏନେଇ ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବା ପାଇଁ ଅଧିକ ପଦକ୍ଷେପ ଏବଂ ଏକ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଇଛି । ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତା’ର କକ୍ଷ ପଥରେ ଅବସ୍ଥାପିତ ହେବ । ତେବେ ଲ୍ୟାଣ୍ଡର ବିକ୍ରମ, ରୋଭର ପ୍ରଜ୍ଞା ଅଗଷ୍ଟ ୨୩ରେ ଚନ୍ଦ୍ରରେ ଚନ୍ଦ୍ରୟାନ-୩କୁ ଲ୍ୟାଣ୍ଡ କରିବେ ବୋଲି ଅନୁମାନ କରାଯାଉଛି ।

ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ଇତିମଧ୍ୟରେ ରିହର୍ସାଲ ଶେଷ ହୋଇଛି । LVM-3 ରକେଟ ଯୋଗେ ଚନ୍ଦ୍ରୟାନ-୩ ଉତକ୍ଷେପଣ କରାଯିବ । ଏହି ଅଭିଯାନ ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲ୍ୟାଣ୍ଡର ମଡ୍ୟୁଲ ଯାହାର ନାମ ବିକ୍ରମ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର ଯାହାର ନାମ ପ୍ରଜ୍ଞାନ ପ୍ରସ୍ତୁତ ହୋଇଛି । ଚନ୍ଦ୍ର ପୃଷ୍ଠରେ ସଫଳ ଲ୍ୟାଣ୍ଡିଂକୁ ନେଇ ଇସ୍ରୋର ବୈଜ୍ଞାନିକମାନେ ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟଚଲପତି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପୂଜା ପରେ ଏକ ଛୋଟ ମଡେଲ ଦେଖାଇ ବୈଜ୍ଞାନିକମାନେ କହିଛନ୍ତି ଏହା ହେଉଛି ଚନ୍ଦ୍ରାୟଣ -୩ । ଆସନ୍ତାକାଲି ଏହା ଲଞ୍ଚ ହେବ। ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଜୁଲାଇ ୧୪ ଅପରାହ୍ନ ୨ଟା ୩୫ରେ ଚନ୍ଦ୍ରାୟନର ତୃତୀୟ ମିଶନ ଆରମ୍ଭ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ